Posted inଖେଳ

‘ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ’

ଚାଇନାର ହାଙ୍ଗ୍‌ଝୋରେ ଚାଲିଥିବା ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ ମୋଟ ୩ଟି ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ । ବିଶେଷକରି ଗୋଟିଏ ସଂସ୍କରଣରେ ପ୍ରଥମଥର ୩ଟି ପଦକ ଜିତିବା ତାଙ୍କୁ ବହୁତ ଆନନ୍ଦିତ କରିଛି । କ୍ୟାରିୟର ଆରମ୍ଭରେ ତାଙ୍କୁ ସମର୍ଥନ ଏବଂ ସହଯୋଗ କରିଥିବା ଅତାବିରା ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ସେ ପଦକ ଉତ୍ସର୍ଗ କରିଛନ୍ତି । ସମ୍ପ୍ରତି ଚାଇନାରେ ଥିବା ପ୍ରମୋଦଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…
-ତପନ କୁମାର ସ୍ବାଇଁ

  • ପାରା ଗେମ୍ସରେ ଆପଣ ପ୍ରଥମଥର ୩ ପଦକ ପାଇଛନ୍ତି। ଅନୁଭବ କିପରି ରହିଛି ?
  • ଖୁସିକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେବେ ମୁଁ ବହୁତ ଖୁସି। ପୂର୍ବରୁ ମୁଁ ୨ଟି ସଂସ୍କରଣରେ ଭାଗ ନେଇଥିଲି। ସ୍ବର୍ଣ୍ଣ ପଦକ ମଧ୍ୟ ପାଇଥିଲି। ମାତ୍ର ଗୋଟିଏ ସଂସ୍କରଣରେ ୩ ପଦକ କେବେ ପାଇ ନ ଥିଲି। ଏଥର ଭାରତ ପାଇଁ ମୁଁ ଗୋଟିଏ ସ୍ବର୍ଣ୍ଣ ଏବଂ ୨ଟି ବ୍ରୋଞ୍ଜ ପଦକ ଜିତିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମିକ୍ସଡ ଡବଲ୍ସରେ ମୁଁ ମନୀଷା ରାମଦାସ ଏବଂ ପୁରୁଷ ଡବଲ୍ସରେ ସୁକାନ୍ତ କଦମଙ୍କୁ ସାଥିକରି ଖେଳିଥିଲି। ସବୁଥିରେ ପଦକ ଜିତିବା ଏକ ଭିନ୍ନ ଅନୁଭବ।
  • ପ୍ରଥମ ଖେଳାଳି ଭାବେ ଆପଣ ପୂର୍ବରୁ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏସିଆନ ପାରା ଗେମ୍ସରେ କ୍ରମାଗତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଥିପାଇଁ ପ୍ରସ୍ତୁତି କିପରି ରହିଥିଲା। ?
  • ପାହାଚ ପରେ ପାହାଚ ଆଗକୁ ଯିବାକୁ ଚେଷ୍ଟା କରୁଛି। ସବୁ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋର ମୁଖ୍ୟ ଲକ୍ଷ୍ୟ। ପାରାଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ପାରା ସ୍ପୋଟର୍‌ସ ଖେଳାଳିଙ୍କର ଲକ୍ଷ୍ୟ ରହିଥାଏ। ମୁଁ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅତ୍ୟନ୍ତ ଖୁସି ଏବଂ ନିଜକୁ ଭାଗ୍ୟବାନ ମନେକରୁଛି। ଏସିଆନ ପାରା ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। ଏଥିପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ସ୍ବପ୍ନ ସାକାର କରିପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।
  • ପାରା ଗେମ୍ସ ସ୍ବର୍ଣ୍ଣ ୨୦୨୪ ପାରାଲିମ୍ପିକ୍ସ ଯୋଗ୍ୟତା ପାଇଁ କେତେ ସହାୟକ ହୋଇପାରିବ ?
  • ସିଙ୍ଗଲ୍ସ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟର ଦ୍ୱାରରେ ରହିଛି। ଆନୁଷ୍ଠାନିକଭାବେ ଯଦିଓ ଘୋଷଣା ହୋଇନାହିଁ ତେବେ ମୁଁ ସିଙ୍ଗଲ୍ସରେ ଭାଗନେବା ଏକପ୍ରକାର ନିଶ୍ଚିତ। ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ଯୋଗ୍ୟତା ପାଇଁ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ଆଗାମୀ ଦିନରେ ଜାପାନ, ଦୁବାଇ ଓ ଥାଇଲାଣ୍ଡରେ ୩ଟି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଅଛି। ସେଥିରେ ଭଲ ପ୍ରଦର୍ଶନ କରିବାନେଇ ମୁଁ ବେଶ୍‌ ଆଶାବାଦୀ ଅଛି।
  • ପ୍ରତିଯୋଗିତା କେତେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ?
  • ବର୍ଷ ପାରାଲିମ୍ପିକ୍ସ ଥିବାରୁ ସମସ୍ତ ପ୍ରତିଯୋଗୀ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବଦ୍ଧପରିକର ଥିଲେ। ସେମାନେ ସେହିଭଳି ପ୍ରସ୍ତୁତି ମଧ୍ୟ କରି ଆସିଥିଲେ। ତେଣୁ ୩ଟି ଯାକ ବିଭାଗରେ ମୁଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲି। ସିଙ୍ଗଲ୍ସରେ ସ୍ବର୍ଣ୍ଣ ଯଦିଓ ଅଭିଳାଷକୁ ପୂରଣ କରିଛି ତେବେ ଡବଲ୍ସରେ ସେମିଫାଇନାଲରେ ପରାଜୟ ମନରେ ଦୁଃଖ ଦେଇଛି। ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ଥିବାରୁ ଆମ ନିକଟରୁ ଦେଶବାସୀଙ୍କର ଆଶା ଅଧିକ ରହିଥିଲା। ସେହି ଅନୁସାରେ ପ୍ରଦର୍ଶନ ଦେଇପାରି ନ ଥିବାରୁ ମନରେ ଦୁଃଖ ରହିଯାଇଛି। ତେବେ ପଦକ ସହ ପ୍ରତିଯୋଗିତା ଶେଷ କରିପାରିଥିବାରୁ ଖୁସି ଲାଗୁଛି।
  • ପାରା ଗେମ୍ସ ପଦକ କାହାକୁ ଉତ୍ସର୍ଗ କରିବାକୁ ଚାହିଁବେ ?
  • ଜିଲା ଅତାବିରା ଗ୍ରାମର ବ୍ୟକ୍ତିମାନେ କ୍ୟାରିୟର ଆରମ୍ଭରୁ ମୋତେ ସମର୍ଥନ କରି ଆସିଛନ୍ତି। ତାଙ୍କ ସାହାଯ୍ୟ ସହଯୋଗ କେବେ ବି ଭୁଲି ହେବନି। ତେଣୁ ମୁଁ ପଦକ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ନିଶ୍ଚିତ ଚାହିଁବି। ଏହା ବ୍ୟତୀତ ମୋ ପରିବାର ବର୍ଗ ଏବଂ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଅନେକ କିଛି ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଦକ ଉତ୍ସର୍ଗ କରିବାକୁ ଚାହେଁ। ରାଜ୍ୟ ସରକାରଙ୍କ ସମର୍ଥନ ବିନା ଏତେବାଟ ଆସିବା ସମ୍ଭବ ହୋଇ ନ ଥାନ୍ତା। ତେଣୁ ମୁଁ ଏହି ଅବସରରେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri