ସଜେଇ ହେଉଛି କ୍ଷୀରନଦୀ ପୀଠ

ରସୁଲପୁର,୨୦ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ଓ ଶ୍ରୀବନ୍ତପୁର ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥଳ କ୍ଷୀର ନଦୀ ପୀଠରେ ମା’ ବିରଜା ବିଶ୍ୱରୂପା ନବକୁଣ୍ଡିୟ ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ ବିରଜାଙ୍କ ନିର୍ଦ୍ଦେଶକ୍ରମେ ଭୂମିପୂଜନ ଦିବସରୁ ଆଜ୍ଞାମାଳ ଅଣାଯାଇ କାର୍ଯ୍ୟ ଚାଲିଛି। ଏପ୍ରିଲ ୨ ରୁ ୬ ତାରିଖ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞ ପାଇଁ ଯଜ୍ଞ ପଡ଼ିଆ ସଜେଇ ହୋଇଉଠିଛି। ନଠୁଆବର ଓ ଭଗୀରଥପୁର ଗାଁର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବିସ୍ତୀର୍ଣ୍ଣ ଖେଳ ପଡ଼ିଆରେ ମା’ ବିଶ୍ୱରୂପାଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ଛାଞ୍ଚ ବନ୍ଧା ଆରମ୍ଭ ହୋଇଛି। ମା’ ବିରଜାଙ୍କ ବାଲୁକା ମୂର୍ତ୍ତି ସ୍ଥାପନ ନେଇ ପ୍ରସ୍ତୁତି କରାଯାଉଛି। ଯଜ୍ଞସ୍ଥଳରେ ସାଧୁଗ୍ରାମ ସ୍ଥାପନ, ଅଖଣ୍ଡ ଅନ୍ନଯଜ୍ଞ, ମା’ ବିରଜାଙ୍କ ମାହାତ୍ମ୍ୟ, ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର ପାଇଁ ଷ୍ଟଲ୍‌ ସ୍ଥାପନ, ଅତିଥିଙ୍କ ବିଶ୍ରାମ, ଅପେକ୍ଷା ହଲ, ଶ୍ରଦ୍ଧାଳୁଙ୍କ ସୁବିଧା ସକାଶେ ଯଜ୍ଞସ୍ଥଳରେ ଉଠା ଦୋକାନ, ସାମୂହିକ ଶୌଚାଳୟ, ଯଜ୍ଞ ସ୍ଥଳରୁ ନିର୍ଗତ ବର୍ଯ୍ୟବସ୍ତୁ ପରିଚାଳନାର ସୁବନ୍ଦୋବସ୍ତ, ଯଜ୍ଞସ୍ଥଳକୁ ଭକ୍ତଙ୍କ ପ୍ରବେଶ, ପ୍ରସ୍ଥାନ ବ୍ୟବସ୍ଥା, ମୋଟର ସାଇକେଲ, ଚାରିଚକିଆ ଯାନ ଓ ପରିବହନରେ ବ୍ୟବହୃତ ଗାଡ଼ିଗୁଡିକର ପାର୍କିଂ, ସୂଚନା ଓ ପରାମର୍ଶ କେନ୍ଦ୍ର, ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ୟାଲେରି, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଯଜ୍ଞସ୍ଥଳକୁ ସୁରକ୍ଷିତ ରଖିବା ବ୍ୟବସ୍ଥା, ସାଧୁସନ୍ଥମାନଙ୍କ ପ୍ରବଚନ ମଞ୍ଚ ଓ ସର୍ବୋପରି ବିଶାଳ ଯଜ୍ଞ ମଣ୍ଡପରେ ୯ କୁଣ୍ଡର ବ୍ୟବସ୍ଥାକୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଯାଜପୁର ଜିଲାର ୫୦ରୁ ଊର୍ଦ୍ଧ୍ୱ କାରିଗରଙ୍କ ଦ୍ୱାରା ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଉଛି। ଯଜ୍ଞ ପରିଚାଳନାରେ ନିୟୋଜିତ ଆଞ୍ଚଳିକ ଶ୍ରୀବିରଜା ବିଶ୍ୱାରୂପା ବିଶ୍ୱକଲ୍ୟାଣ ଯଜ୍ଞ କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ତଦାରଖ କରାଯାଉଛି ବୋଲି ଯଜ୍ଞର ମୁଖ୍ୟ ପୁରୋଧା ବିରଜା ପୁତ୍ର ପୂଜ୍ୟ ସ୍ବାମୀ ଉଦୟାନନ୍ଦ ପର୍ବତ ମହାରାଜ ସୂଚନା ଦେଇଛନ୍ତି। ଏହି ଯଜ୍ଞରେ ଶୁଦ୍ଧ ଦେଶୀ ଗାଈ ଘିଅରେ ୧୮୦୦୦ ଆହୁତି ପ୍ରଦାନ କରାଯିବ। ଏଥିସହିତ ଅନନ୍ତ ମୁଖି ଭାଗବତ ପାଠ, ଧର୍ମସଭା, ରାଷ୍ଟ୍ରୀୟ ସାଧୁସନ୍ଥ ସମ୍ମିଳନୀ ଭଳି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ନେଇ ପ୍ରସ୍ତୁତି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri