ଘରକୁ ସଜାନ୍ତୁ ଏମିତି

ସୁଖଶାନ୍ତିରେ ରହିବା ପାଇଁ ଖାଲିଘରଟିଏ କରିଦେଲେ ହେବ ନାହିଁ। ଘରର ରଙ୍ଗ ଆସବାବପତ୍ର ଓ କେଉଁଠି କେଉଁ ଜାଗାରେ ରଖିବେ ସେସବୁ ମଧ୍ୟ ଜରୁରୀ। ଯାହା ଘରକୁ ଆକର୍ଷଣୀୟ କରିବା ସହିତ ମନକୁ ବି ଶାନ୍ତି ଦେଇଥାଏ…
ଓ ଧଳାର କମ୍ବିନେସନ୍‌ ଖୁବ୍‌ ପୁରୁଣା। ହାଲ୍‌କା ଧୂସର ରଙ୍ଗର କାନ୍ଥ ସାଙ୍ଗକୁ କଳାଧଳାର ଆସବାବପତ୍ର ଘରକୁ ଭିନ୍ନ ଲୁକ୍‌ ଦେଇଥାଏ।
ବାଦାମୀ ରଙ୍ଗର କାନ୍ଥ ଆଉ ତା’ ସାଙ୍ଗକୁ କାଠ ତିଆରି ଚଟାଣ ବା କାଠ ନହେଲେ ବି ଉଡେନ୍‌ ଫ୍ଲୋରିଂ ଲୁକ୍‌କୁ ଆଜିକାଲି ବେଶି ପସନ୍ଦ କରାଯାଉଛି। ଏଥିରେ ଧଳା ରଙ୍ଗର ଆସବାବପତ୍ର, ସୋଫା ଓ କପ୍‌ବୋର୍ଡ ରଖନ୍ତୁ। ବେଶି ଆକର୍ଷଣୀୟ ଲାଗିବ।
ରଙ୍ଗ ମନ ଓ ପରିବେଶକୁ ସତେଜ ରଖିଥାଏ। ଉଜ୍ୱଳ ହଳଦିଆ କାନ୍ଥ ସହିତ ରଟ୍‌ ଆଇରନ୍‌ ର ଆସବାବପତ୍ର ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଏଥିରେ ହାଲ୍‌କା ହଳଦିଆ ରଙ୍ଗର ତନ୍ତ ବୁଣା ପରଦା ବି ବେଶ୍‌ ଭଲ ଲାଗିବ।
ପିଲାଙ୍କ ରୁମ୍‌ ପାଇଁ ତାଙ୍କ ଆସବାବପତ୍ରରେ କାର୍ଟୁନ ଲଗାଇପାରିବେ। ଏହି ରୁମ୍‌ଟି ସବୁବେଳେ କଲରଫୁଲ୍‌ କରନ୍ତୁ।
ରଙ୍ଗର ବ୍ୟବହାର ପରିବେଶକୁ ନିହାତି ବଦଳାଇ ଦେଇଥାଏ। ତେଣୁ ରୁମ୍‌ରେ ଯଦି ଗାଢ଼ ରଙ୍ଗ ଲଗାଉଛନ୍ତି ତାହେଲେ ଆସବାବପତ୍ରକୁ ଏହାର ବିପରୀତ ରଙ୍ଗ କିମ୍ବା ହାଲ୍‌କା ରଙ୍ଗର କରନ୍ତୁ। ଏସବୁ ପରେ ବି ନିଜର ରୂଚି ଓ ଘରର ପରିବେଶକୁ ଦୃଷ୍ଟିରେ ରଖି ଘରକୁ ଏମିତି ସଜାନ୍ତୁ ଯେମିତି ଘରକୁ ପଶିଗଲେ ଆପଣଙ୍କ ମନକୁ ଶାନ୍ତି ଲାଗିବ।
-ସ୍ନିଗ୍‌ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର