ଗଞ୍ଜାମରେ କମୁୁଛି, ଖୋର୍ଦ୍ଧାରେ ବଢୁଛି

ଭୁବନେଶ୍ୱର,୯।୮(ବ୍ୟୁରୋ): ଗଞ୍ଜାମ ପରେ ଏବେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। କିଛିଦିନ ଧରି ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ତାହା କମୁଥିବା ଦେଖାଯାଉଛି। ଅପରପକ୍ଷେ ଖୋର୍ଦ୍ଧାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃ୍‌ଦ୍ଧି ପାଉଛି। ରବିବାର ଜିଲାରୁ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଗଞ୍ଜାମରେ ଚିହ୍ନଟ ହୋଇଛନ୍ତି ୨୨୨ ସଂକ୍ରମିତ। ପର୍ଯ୍ୟାୟକୁ ଦେଖିଲେ ଖୋର୍ଦ୍ଧାରେ ଧିରେ ଧିରେ ସଂକ୍ରମଣ ହାର ବଢ଼ୁଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ ଖୋର୍ଦ୍ଧାରେ ଏବେ ମୋଟ ୬୪୪୫ ସଂକ୍ରମିତ ଥିବା ବେଳେ ୩୩୮୧ ଆକ୍ଟିଭ କେସ୍‌ ରହିଛି।

ପ୍ରକାଶ ଯେ, ରାଜ୍ୟରେ ରବିବାର ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୋଳରୁ ୪, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୧, ଭଦ୍ରକରୁ ୫୮, ବଲାଙ୍ଗୀରରୁ ୬, କଟକରୁ ୧୭୭, ଦେବଗଡ଼ରୁ ୫, ଢ଼େଙ୍କାନାଳରିୁ ୨୯, ଗଜପତିରୁ ୮୫, ଗଞ୍ଜାମରୁ ୨୨୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୫୯, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨୭, ଖୋର୍ଦ୍ଧାରୁ ୩୪୨, କୋରାପୁଟରୁ ୬୦, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୨୨, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୪, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ସେବା, ସତର୍କ କଲା SBI

ମୁମ୍ବାଇ,୧୧।୨: ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri