ମରୁଡ଼ି ଘୋଷଣା କର

କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଚଳିତ ବର୍ଷ ଚାଷପୋଯୋଗୀ ବର୍ଷା ଅଭାବରୁ କଳାହାଣ୍ଡି ଜିଲା କୋକସରା ବ୍ଲକର ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ଆସନ୍ନ ମରୁଡି ଚାଷୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ବ୍ଲକର ଟେମରା ପଞ୍ଚାୟତକୁ ମରୁଡି ଘୋଷଣା କରିବା ଓ କ୍ଷୟକ୍ଷତି ଆକଳନ କରି ଇନ୍‌ପୁଟ ସବସିଡ଼ି ଯୋଗାଇ ଦେବାକୁ ଦାବି କରାଯାଇଛି । ଏ ନେଇ ଗୁରୁବାର ଟେମରା ଅଞ୍ଚଳର ଚାଷୀ କୋକସରା ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ, ଚଳିତବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଟେମରା ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖିବାକୁ ମିଳିଛି। କ୍ଷୁଦ୍ର ଜଳସେଚନ କେନାଲରୁ ଟେମରା ପଞ୍ଚାୟତର ଚାଷ ଜମି ଜଳସେଚିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ଏହି ପ୍ରକଳ୍ପର ଜଳସ୍ତର କମ୍‌ ରହିଥିବା କାରଣରୁ ଜଳସେଚନ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ପଞ୍ଚାୟତର ଟେମରା, କର୍ଲାଗୁଡା ନୂଆପଡା, ହଂସପଡ଼ା, ବୋବରିଆ, ର୍ସିଲିଗୁଡା, ଖୁର୍ସେଲଗୁଡ଼ା ଅଞ୍ଚଳର ଶତାଧିକ ହେକ୍ଟର ଚାଷଜମିରେ ବର୍ଷା ଅଭାବରୁ ରୁଆ ଓ ବୁଣା ଧାନ ସବୁ ନଷ୍ଟ ହେବାକୁ ବସିଲାଣି। କେତେକ ଚାଷୀ ଏପର୍ଯ୍ୟନ୍ତ ରୁଆ ବେଉଷା କରି ପାରିନାହାନ୍ତି। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନୀ ଋଣ ଆଣି ଚାଷୀ ଚାଷ କରିଥିଲେ । ହେଲେ ବର୍ଷା ନ ହେବାରୁ ଚାଷୀଙ୍କୁ ଋଣ ଶୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତା ବଢିଛି। ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଟେମରା ସରପଞ୍ଚ ତଥା କୃଷକ ମଞ୍ଚର ସଭାପତି କ୍ଷିତିରାମ ପାତ୍ରଙ୍କ ନେତୃତ୍ୱରେ ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, ବୃନ୍ଦାବନ ସତନାମୀ, ସୁଭାଷ ଳଦୁଆ, ରମେଶ ମାଝୀ, କୈଳାସ ଚଳାନ, ଯଦୁମଣି ବାଗ, ଲଳିତ ସତନାମୀ, ସୁଧୀର ପାତ୍ର, କ୍ଷୀରସିନ୍ଧୁ ହଂସ, ଗଜେନ୍ଦ୍ର ନାଏକ, ଯୋଗା ନାଏକଙ୍କ ସମେତ ଟେମରା ପଞ୍ଚାୟତର ଶତାଧିକ ଚାଷୀ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri