Categories: ଜାତୀୟ

‘କେତେକ ନିଷ୍ପତ୍ତି ଅନୁଚିତ ଲାଗୁଥିଲେ ବି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ’

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ଅନ୍ଦୋଳନ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ୪ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ଏହି ଯୋଜନାର ନାମ ନ ନେଇ ଯୁବକଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଏବେ ଅନେକ ନିଷ୍ପତ୍ତି ଅନୁଚିତ ଜଣାପଡ଼ୁଛି। ସମୟ ଆସିଲେ ଏହା ରାଷ୍ଟ୍ର ଗଠନରେ ସହାୟକ ହେବା ସହ ଏହାଦ୍ୱାରା ସମସ୍ତେ ଲାଭବାନ ହୋଇପାରିବେ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଅଗ୍ନିପଥ ଯୋଜନାକୁ ବିରୋଧ କରିଆସୁଛନ୍ତି। ବିମୁଦ୍ରୀକରଣ, କୃଷି ଆଇନ ପରେ ଭାଜପା ନେତୃତ୍ୱାଧୀନ ସରକାରଙ୍କର ଏହା ଆଉ ଏକ ବଡ଼ ଭୁଲ୍‌ ବୋଲି ସେମାନେ କହିବା ସହ ତୁରନ୍ତ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ତେବେ ନିଯୁ୍‌କ୍ତି ଯୋଜନା ପ୍ରତ୍ୟାହାର ହେବ ନାହିଁ ନିଷ୍ପତ୍ତିରେ କେନ୍ଦ୍ର ସରକାର ଅଟଳ ରହିଛନ୍ତି।

Share