୨୭ରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ପୁରୀ ଅଫିସ,୧୮।୯:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି। କେବେ ରତ୍ନଭଣ୍ଡାର ଖୋଲାଯିବ ଓ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଗଣତି ସହ ଯାଞ୍ଚ କରାଯିବ ସେ ନେଇ କୋଟି କୋଟି ଜଗନ୍ନାଥପ୍ରେମୀ ଚାହିଁବସିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ୨୭ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଆଇନଜୀବୀ ନଗେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି। ଶନିବାର ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଆସିଥିବା ଆମିକସ୍‌ କ୍ୟୁରି ମହାନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆଗାମୀ ୨୭ ତାରିଖରେ ପରିଚାଳନା କମିଟି ବୈଠକ ବସିବ। ସେହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଯାହା ନିଷ୍ପତ୍ତି ହେବ ତାହାକୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ରାଜ୍ୟ ସରକାର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ସୂଚନା ଅନୁଯାୟୀ, ଶନିବାର ଅନୁଷ୍ଠିତ ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇନାହିଁ। ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ସମେତ ନାଟମଣ୍ଡପ, ଜଗମୋହନ ଓ ରୋଷଘର ଚଟାଣ ମରାମତି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ କ’ଣ ସବୁ କାର୍ଯ୍ୟ କରାଯାଇଛି ଓ କେଉଁ କାମ ବାକି ରହିଛି ସେନେଇ ଅଧିକାରୀମାନଙ୍କୁ ଆମିକସ୍‌ କ୍ୟୁରି ପଚାରି ବୁଝିଛନ୍ତି। ଯେଉଁ ମରାମତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଚାଲୁ ରହିବ ସେନେଇ ପ୍ରଥମେ ଆଲୋଚନା ହୋଇଛି। ନାଟମଣ୍ଡପ ମରାମତି ମାର୍ଚ୍ଚ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ନାଟମଣ୍ଡପ ଭିତରପାର୍ଶ୍ୱ, ରୋଷଘର, ଜଗମୋହନ ବାହାର ପାର୍ଶ୍ୱ ମରାମତି କରାଯିବ। ରୋଷଘର ଚଟାଣ ଓ ଜଗମୋହନ ମରାମତି ପାଇଁ ତିନି ମାସ ମଧ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ପଦକ୍ଷେପ ନିଆଯିବ ବୋଲି କୋର୍‌ କମିଟି ଅଧ୍ୟକ୍ଷ ଡ. ନାରାୟଣ ଚନ୍ଦ୍ର ପାଲ୍‌ କହିଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏବଂ ଏଏସ୍‌ଆଇର ଭୁବନେଶ୍ୱର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ହାଇକୋର୍ଟ ୨୦୧୮ ମାର୍ଚ୍ଚ ୨୨ରେ ନିର୍ଦ୍ଦେଶ ଦେଇଥିଲେ ଯେ, ଏଏସ୍‌ଆଇ ମାର୍ଚ୍ଚ ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନର ସହଯୋଗ ଅଭାବରୁ ଏଏସ୍‌ଆଇ ଟିମ୍‌ ମାର୍ଚ୍ଚ ୨୬ରେ ଭିତରଭଣ୍ଡାର ଖୋଲିପାରିଲା ନାହିଁ। କେବଳ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେଲା। ଏହାପରେ ୨୭ ତାରିଖରେ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଏପ୍ରିଲ୍‌ ୪ରେ ୧୭ ଜଣିଆ ପ୍ରାଧିକୃତ କମିଟି ଯାଞ୍ଚ କରି ରିପୋର୍ଟ ଦେଲେ। ରତ୍ନଭଣ୍ଡାରର ଦୟନୀୟ ସ୍ଥିତି ଓ ମରାମତି ଆବଶ୍ୟକ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଏଏସ୍‌ଆଇର ଭୁବନେଶ୍ୱର ସର୍କଲ ଅଧୀକ୍ଷକ ଚଳିିତ ବର୍ଷ ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍‌ଆଇ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଚିଠି ଲେଖି ହାଇକୋର୍ଟଙ୍କ ଆଦେଶକୁ ପାଳନ ସ୍ବରୂପ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ କହିଥିଲେ। ଏହାସତ୍ତ୍ୱେ ରତ୍ନଭଣ୍ଡାର ପ୍ରସଙ୍ଗରେ ସମସ୍ତେ ଚୁପ୍‌ ରହିଛନ୍ତି। ଜଗନ୍ନାଥପ୍ରେମୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ବରାଳ ଦାବି କରିଛନ୍ତି। ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗକୁ ସରକାର କାହିଁକି ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri