Posted inଜାତୀୟ

ହାଥରସ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶର ହାଥରସରେ ଅବସ୍ଥିତ ବୁଲଗଢି ଗଣବଳାତ୍କାର ମାମଲାରେ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ମାମଲାରେ କୋର୍ଟ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏସସି-ଏସଟି କୋର୍ଟର ସ୍ବତନ୍ତ୍ର ଜଜ ତ୍ରିଲୋକପାଲ ଏହି ରାୟ ଦେଇଛନ୍ତି। କିଛି ସମୟ ଭିତରେ ଅଭିଯୁକ୍ତଙ୍କୁ ଦଣ୍ଡ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ୧୪ ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଦଲିତ ଝିଅଙ୍କୁ କିଛି ଯୁବକଙ୍କୁ ବଳାତ୍କାର କରିଥିଲେ। ଏହା ପରେ ଝିଅଟିକୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହି ଘଟଣାର ପ୍ରାୟ ୧୫ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୯ରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। କୋର୍ଟ ତାଙ୍କ ନିଷ୍ପତ୍ତିରେ ଲବ-କୁଶ, ରାମୁ ଏବଂ ରବି ନାମକ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ କୋର୍ଟ ଜଣେ ଅଭିଯୁକ୍ତ ସନ୍ଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୦୪ ଏବଂ ଏସସି ଏସଟି ଆକ୍ଟ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟର ଏହି ନିଷ୍ପତ୍ତିରେ ପୀଡିତାଙ୍କ ପରିବାର ଆପତ୍ତି କରିଛନ୍ତି। ଏଥି ସହ ପୀଡିତାଙ୍କ ପରିବାର ବୁଲଗଢି କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri