ଏଲନ ମସ୍କଙ୍କ ଗୋଟିଏ ନିଷ୍ପତ୍ତି ପଡିଗଲା ମହଙ୍ଗା, ବୁଡିଗଲା କମ୍ପାନୀର ୧୨୨୩ ଅରବ ଟଙ୍କା

ୱାଶିଂଟନ,୧୩ ।୧୧: ବିଶ୍ୱର ସବୁଠାରୁ ବଡ ଉଦ୍ଦ୍ୟୋଗପତି ଏଲନ ମସ୍କ ଏବେ ପ୍ରାୟ ସବୁେବେଳ ରହୁଛନ୍ତି ଚର୍ଚ୍ଚାରେ । ତାଙ୍କର ଗୋଟିଏ ନିଷ୍ପତ୍ତି ଯୋଗୁ ଆମେରିକାର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲିର ପ୍ରାୟ ୧୨୨୩ ଅରବ ଟଙ୍କା ବୁଡି ଯାଇଛି । ମସ୍କଙ୍କ ଟୁଇଟରରେ ବ୍ଲୁ ଟିକ ସବସ୍କ୍ରିପଶନ ନିଷ୍ପତ୍ତି ମହଙ୍ଗା ପଡିଯାଇଛି । ଏବେ କିନ୍ତୁ କମ୍ପାନୀ ଏହି ନିଷ୍ପତ୍ତିକୁ ଫେରାଇ ନେଇଛି ।
ସୂଚନାଯୋଗ୍ୟ, ଟୁଇଟରକୁ ୮ ଡଲାର ଦେଇ ଯେ କେହି ବ୍ଲୁ ଟିକକୁ ନିଜ ନାମରେ କରିପାରିବ । ଏହାର ଫାଇଦା ଉଠାଇ ଅନେକେ ୟୁଜର୍ସ ଅନ୍ୟ ଲୋକଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଓଲଟା ସିଧା ଟୁଇଟ କରିବା ଆରମ୍ଭ କରିଥିଲେ । କେହି ୮ ଡଲାର ଦେଇ ଇନସୁଲିସ ପ୍ରସ୍ତୁତକାରୀ କମ୍ପାନୀ ନାମରେ ବ୍ଳୁ ଟିକ ନେଇ ପୁଣି ଫେକ ଆକାଉଣ୍ଟରୁ ଟୁଇଟ କରିଦେଲେ କି ‘ଏବେ ଇନସୁଲିନ ଫ୍ରି’ ରେ ମିଳିବ । ଏହାପରେ ଶୁକ୍ରବାର କମ୍ପାନୀର ଶେୟାର ହଠାତ୍ କମ ହୋଇଯାଇଥିଲା ।
ସୂଚନାଯୋଗ୍ୟ, ମସ୍କ ଟୁଇଟରର ମାଲିକ ହେବା ପରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସହ ଆସିଥିଲେ ଚର୍ଚ୍ଚାକୁ । ତେବେ କମ୍ପାନୀ ଦେବାଳିଆ ହେବା ଆଶଙ୍କା କରି ମସ୍କ ଏପରି କରିଥିବା ସଫେଇ ଦେଇଥିଲେ । ଏବେ ସେ ଆଉ ଏକ ଚେତାବନୀ ଜାରି କରିଛନ୍ତି । ଟୁଇଟର କର୍ମଚାରୀଙ୍କୁ ସପ୍ତାହରେ ୮ ଘଣ୍ଟା କାମ କରିବାକୁ କୁହାଯାଇଛି । କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ମିଳୁଥିବା ମାଗଣା ଭୋଜନ ଓ ଅନ୍ୟ ଭତ୍ତାକୁ କମ୍ କରିବା ସହ ୱାର୍କ ଫ୍ରମ ହୋମକୁ ବି ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।

Share