Posted inଖେଳ

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ଭାରତରେ ନିକଟରେ ଶେଷ ହୋଇଥିବା ଆଇସିସି କ୍ରିକେଟ ବିଶ୍ୱକପରେ ଖେଳିଛନ୍ତି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ୟର୍କର ବିଶେଷଜ୍ଞ ଜସପ୍ରୀତ ବୁମ୍ରା, ଶ୍ରେୟସ ଆୟର୍‌, ପୂର୍ବତନ ପେସର୍‌ ଆରପି ସିଂ ଏବଂ ଟେଷ୍ଟରେ ତ୍ରି ଶତକ ହାସଲ କରିଥିବା କରୁଣ ନାୟାର ଆଜି ଜନ୍ମଦିନ ପାଳନ କରୁଛନ୍ତି। ଏହି ସମସ୍ତ ଖେଳାଳି ନିଜର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ଦେଶକୁ ଅନେକ ଥର ଗର୍ବିତ କରିଛନ୍ତି ।

୧୯୮୮ରେ ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ରବିନ୍ଦ୍ର ଜାଡେଜାଙ୍କୁ ୩୫ ବର୍ଷ ବୟସ ହୋଇଛି। ଜାଡେଜା ବିଶ୍ୱକପ ୨୦୨୩ ରେ ଟିମ ଇଣ୍ଡିଆର ଏକ ଅଂଶ ଥିଲେ। ୨୦୧୨ ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଜାଡେଜା ୩ ଟି ଶତକ ଏବଂ ୧୯ ଅର୍ଦ୍ଧଶତକ ସହାୟତାରେ ୬୭ ଟି ଟେଷ୍ଟ ମ୍ୟାଚରେ ୨୮୦୪ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୧୭୫ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି। ଏହି ଅବଧି ମଧ୍ୟରେ ଜାଡେଜା ମଧ୍ୟ ବାମ ହାତ ସ୍ପିନ ବୋଲିଂ ସହିତ ୨୭୫ ୱିକେଟ ନେଇଛନ୍ତି। ଜାଡେଜା ୧୯୭ଟି ଏକଦିବସୀୟରେ ୨୭୫୬ ରନ ସ୍କୋର କରିଛନ୍ତି ଯେଉଁଥିରେ ୧୩ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏକଦିବସୀୟରେ ତାଙ୍କ ନାମରେ ୨୨୦ ୱିକେଟ ମଧ୍ୟ ରହିଛି।

୧୯୯୩ ରେ ଅହମଦାବାଦରେ ଜନ୍ମ ହୋଇଥିବା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଆବୁମରା ୨୦୧୮ ରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ। ସେ ୩୦ ଟି ଟେଷ୍ଟ, ୮୯ଟି ଏକଦିବଦସୀୟ ଏବଂ ୬୨ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ବୁମରାଙ୍କ ନାମରେ ୧୨୮ ୱିକେଟ ଥିବାବେଳେ ସେ ଏକଦିବସୀୟରେ ୧୪୯ ୱିକେଟ ରହିଛି। ବୁମ୍ରା ଏପର୍ଯ୍ୟନ୍ତ ଟି-୨୦ରେ ୭୪ ଟି ୱିକେଟ ନେଇଛନ୍ତି।

ଶ୍ରେୟସ ଆୟର ୧୯୯୪ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୨୧ ମସିହାରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିବା ଶ୍ରେୟସ ଆୟର୍‌ ୧୦ ଟି ଟେଷ୍ଟ ମ୍ୟାଚରେ ଗୋଟିଏ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ହାସଲ କରି ୬୬୬ ରନ ସଂଗ୍ରହ କରିଥିବାବେଳେ ୫୮ଟି ଏକଦିବସୀୟରେ ତାଙ୍କ ନାମରେ ୨୩୩୧ ରନ କରିଛନ୍ତି, ଯେଉଁଥିରେ ୫ ଶତକ ଏବଂ ୧୭ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଅଛି । ଶ୍ରେୟସ ୫୧ ଟି -୨୦ ରେ ୧୧୦୪ରନ ସ୍କୋର କରିଛନ୍ତି ଯେଉଁଥିରେ ୮ଟି ଅର୍ଦ୍ଧଶତକ ରହିଛି।

ପୂର୍ବତନ ଦ୍ରୁତ ବୋଲର ଆର.ପି ସିଂ, ଯିଏକି ଟି -୨୦ ବିଶ୍ୱକପ ବିଜେତା ଦଳର ଅଂଶ ଥିଲେ, ସେ ୧୯୮୫ ମସିହାରେ ଉତ୍ତରପ୍ରଦେଶର ରାୟବରେଲିରେ ଜନ୍ମଗ୍ରହଣ କରିଥିଲେ। ୧୪ ଟି ଟେଷ୍ଟ ମ୍ୟାଚରେ ଆରପି ୪୦ ୱିକେଟ ନେଇଥିବାବେଳେ୫୮ଟି ଏକଦିବସୀୟ ମ୍ୟାଚରେ ତାଙ୍କ ୬୯ ୱିକେଟ ନେଇଛନ୍ତି। ୧୦ ଟି -୨୦ ରେ ଆରପି ସିଂଙ୍କ ନାମରେ ୧୫ ଟି ୱିକେଟ ଅଛି।

ଟେଷ୍ଟ ମ୍ୟାତରେ ତ୍ରିଶତକ ହାସଲ କରିଥିବା କରୁଣ ନାୟାର ଗତ ୬ବର୍ଷ ଧରି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ନିକଟରେ ସେ ବିଜୟ ହଜାରେ ଟ୍ରଫିରେ ଏକ ଚମତ୍କାର ଶତକ ହାସଲ କରିଥିଲେ। କରୁଣ ଟିମ ଇଣ୍ଡିଆକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ୧୯୯୧ ରେ ଯୋଧପୁରରେ ଜନ୍ମ ହୋଇଥିବା କରୁଣ ନାୟାରଙ୍କୁ ଭାରତ ପାଇଁ ୬ ଟି ଟେଷ୍ଟ ଏବଂ ୨ ଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ମିଳିଛି। ସେ ଟେଷ୍ଟରେ ୩୭୪ ରନ ସ୍କୋର କରିଛନ୍ତି ଯେଉଁଥିରେ ତାଙ୍କର ଶ୍ରେଷ୍ଠ ସ୍କୋର ୩୦୩ ରନ ଅପରାଜିତ ଥିବାବେଳେ ଏକଦିବସୀୟରେ ତାଙ୍କ ନାମରେ ୪୬ ରନ ରହିଛି। ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କରୁଣ ଏକ ତ୍ରିଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?