ଗଜକେଶରୀ ଯୋଗ: ଡିସେମ୍ବର ପହିଲାରୁ ତୁଳା ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ପ୍ରବଳ ଧନଲାଭ ସହ…

ନୂଆଦିଲ୍ଲୀ,୨୭।୧୧: ଡିସେମ୍ବର ମାସର ଆରମ୍ଭରୁ ଜ୍ୟୋତିଷ ଦୃଷ୍ଟିକୋଣରୁ କିଛି ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଡିସେମ୍ବର ଆରମ୍ଭରେ ଶୁକ୍ର ଓ ବୁଧଙ୍କ ଯୁତିରୁ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେବ। ସେହିପରି ସିଂହ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ମିଳନରୁ ଗଜକେଶରୀ ଯୋଗ ମଧ୍ୟ ସକ୍ରିୟ ରହିବ। ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଶୁଭ ଯୋଗର ପ୍ରଭାବ ଡିସେମ୍ବର ମାସର ଆରମ୍ଭକୁ ୪ଟି ରାଶି ପାଇଁ ଅତ୍ୟନ୍ତ ଭଲ କରିପାରେ।

ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ଉନ୍ନତି ମିଳିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଲାଭ ହେବାର ସମ୍ଭାବନା ରହିଛି। ଅଟକି ରହିଥିବା କାମ ପୂରଣ ହେବା ସହ ନୂଆ ସୁଯୋଗ ମିଳିପାରେ। ଆସନ୍ତୁ ଜାଣିବା କେଉଁ ୪ଟି ରାଶି ପାଇଁ ଡିସେମ୍ବର ଆରମ୍ଭ ଶୁଭ ରହିବ।

ମେଷ ରାଶିର ଲୋକଙ୍କ ପାଇଁ ଡିସେମ୍ବରର ପ୍ରଥମ ସପ୍ତାହ ଶୁଭ ରହିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରଣ ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ତେବେ କ୍ୟାରିୟରରେ ବଡ଼ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମାସ ଆରମ୍ଭରୁ ଧନଲାଭର ଯୋଗ ମଧ୍ୟ ରହିଛି। ମାତାପିତାଙ୍କ ସହଯୋଗରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ ହୋଇପାରେ।

ବୃଷ ରାଶିର ଲୋକଙ୍କ ପାଇଁ ଡିସେମ୍ବର ଆରମ୍ଭ ଶୁଭ ଫଳ ଆଣିପାରେ। ଅଟକି ରହିଥିବା କାମ ପୂରଣ ହେବା ସହ ଧନପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଦରମା ବୃଦ୍ଧିର ସମ୍ଭାବନା ରହିଛି। ଯାତ୍ରା ମଧ୍ୟ ସୁଖଦ ରହିବ। ନୂଆ ଚାକିରି ମିଳିବାର ସଙ୍କେତ ରହିଛି। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଡିସେମ୍ବରର ଆରମ୍ଭ ଭଲ ରହିପାରେ। ହଠାତ୍‌ ବଡ଼ ଲାଭ ମିଳିବାର ଯୋଗ ରହିଛି। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।

ତୁଳା ରାଶିର ଲୋକଙ୍କ ପାଇଁ ଡିସେମ୍ବର ଆରମ୍ଭ ଭଲ ରହିବାର ସଙ୍କେତ ମିଳୁଛି। ଅଧାରେ ରହିଥିବା କାମ ପୂରଣ କରିବାରେ ସଫଳ ହେବେ। କ୍ୟାରିୟରରେ ଉନ୍ନତିର ଗତି ବଢ଼ିବ। ଧନ ସଞ୍ଚୟ କରିବାରେ ସଫଳ ହେବେ ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ନୂଆ ଚାକିରି ମିଳିବାର ମଧ୍ୟ ଶୁଭ ସଙ୍କେତ ରହିଛି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବାର ଯୋଗ ରହିଛି।

ମୀନ ରାଶିର ଲୋକଙ୍କ ପାଇଁ ଡିସେମ୍ବର ଆରମ୍ଭରେ ଧନଲାଭର ସମ୍ଭାବନା ରହିଛି। କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିପାରେ। ଏହି ସପ୍ତାହରେ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବାର ଯୋଗ ରହିଛି। ପୁରୁଣା ଋଣ ପରିଶୋଧ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ହେବା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ ଚୂଡ଼ାନ୍ତ ହୋଇପାରେ। ଦୀର୍ଘଦିନରୁ ଅଟକି ରହିଥିବା ଟଙ୍କା ଡିସେମ୍ବର ଆରମ୍ଭରେ ମିଳିବାର ପ୍ରବଳ ସମ୍ଭାବନା ରହିଛି। ନିବେଶ ପାଇଁ ମଧ୍ୟ ଏହି ସମୟ ଶୁଭ ରହିପାରେ।

Dharitri – Odisha’s No.1 Odia Daily

Share
Tags: rashiphala