ଡିସେମ୍ବର ୨ରୁ ୮ ପିଏଲ୍‌ଜିଏ ସପ୍ତାହ ପାଳିବେ ମାଓବାଦୀ

ରାୟଗଡ଼ା,୨।୧୨(ସ୍ବ.ପ୍ର.): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ମାଓବାଦୀମାନେ ଶୁକ୍ରବାର ବିରୋଧ କରିଛନ୍ତି। ଏନେଇ ସିପିଆଇ(ମାଓବାଦୀ) ସଂଗଠନର ବାସଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ଏକ ପ୍ରେସ ବିବୃତି ଏବଂ ଲିଫ୍‌ଲେଟ୍‌ ଜାରି କରାଯାଇଛି।

ରାୟଗଡ଼ାର ଖବରଦାତାଙ୍କୁ ଏକ ପ୍ରେସ ବିବୃତି ସହ ଲିଫ୍‌ଲେଟ୍‌ ପଠାଇ ବାଘୁନା ଡିଭିଜନାଲ କମିଟିର ସମ୍ପାଦିକା ରୀତା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭକୁ ବିରୋଧ କରିଥିବା ମାଓବାଦୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ପ୍ରେସ ବିବୃତିରେ ମାଓବାଦୀମାନେ ୧୩ ଦଫା ଦାବି ଉପସ୍ଥାପନ କରିଛନ୍ତି। ଏହି ସମ୍ପର୍କରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ପଚାରିବାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଇଁ ବିଭିନ୍ନ ସ୍ଥାନରେ ଯବାନ ମୁତୟନ ଅଛନ୍ତି। କୋମ୍ବିଂ ଅପରେଶନ ଜାରି ରହିଛି। ମାଓବାଦୀଙ୍କ ସମସ୍ତ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।