ମାର୍କଣ୍ଡପୁର ପ୍ୟାକ୍ସରେ ଋଣ ଜାଲିଆତି

ଯାଜପୁର ଅଫିସ,୨୮।୧୦: ଯାଜପୁର ଜିଲାର ବହୁ ଚର୍ଚ୍ଚିତ ମାର୍କଣ୍ଡପୁର ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)ରେ ପୁଣି ଏକ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ହୋଇଛି। ଏହି ପ୍ୟାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକ୍‌ଗୁଡ଼ିକୁ ବେଆଇନ ଭାବେ ନିଜ ପାଖରେ ରଖି ଦେଣନେଣରେ ଜାଲିଆତି କରିଥିବା ଅଭିଯୋଗ ଉପରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତି(କ୍ରେଡିଟ)ର ଉପନିବନ୍ଧକ ୨୬ା୧୦ା୨୦୨୧ରେ କଟକ ଡେପୁଟି ରେଜିଷ୍ଟର ଅଫ୍‌ କୋପରେଟିଭ ସୋସାଇଟି(ଡିଆର୍‌ସିଏସ୍‌)ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଭାଗୀୟ ନିର୍ଦ୍ଦେଶାଳୟକୁ ଜଣାଇବାକୁ ଉକ୍ତ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହି ପାକ୍ସରେ ଏହା ଦ୍ୱିତୀୟ ବଡ ହରିଲୁଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁସାରେ ମାର୍କଣ୍ଡପୁର ପାକ୍ସର ଚାଷୀ ଅଜୟ କୁମାର ମୁଦୁଲି ୨୦୦୯ରେ ଖରିଫ ଚାଷ ପାଇଁ ୧୩ ହଜାର ଟଙ୍କା ଋଣ ନେଇଥିଲେ। ସେ ବିଭିନ୍ନ ସମସ୍ୟା କାରଣରୁ ଋଣ ସୁଝି ପାରି ନ ଥିଲେ। ମୂଳ ଟଙ୍କା ସୁଧ ସହ ବଢ଼ି ୧୭,୫୦୦ ଟଙ୍କା ହୋଇଥିଲା। ତେବେ ସମ୍ପାଦକଙ୍କ କହିବା ଅନୁସାରେ ତାଙ୍କୁ ଗତ ୨ା୯ା୨୦୨୦ରେ ଚାଷୀ ଅଜୟ ସମସ୍ତ ଟଙ୍କା ପରିଶୋଧ କରିଥିଲେ। କିନ୍ତୁ ସମ୍ପାଦକ ଋଣ ପରିଶୋଧର ରସିଦ ନ ଦେଇ ତାଙ୍କ ପାସ୍‌ବୁକ୍‌(ନଂ.୨୬୫୫୦)ରେ ୩୦ା୬ା୨୦୧୮ ତାରିଖରେ ମୂଳ ୧୩ ହଜାର ଓ ସୁଧ ବାବଦକୁ ୪୫୦୦ ଟଙ୍କା ଲେଖି ଦେଇଥିଲେ। ଏନେଇ ଚାଷୀ ଅଜୟଙ୍କ ମନରେ ସନ୍ଦେହ ହେବାରୁ ବାରମ୍ବାର ରସିଦ୍‌ ମାଗିବା ସତ୍ତ୍ବେ ସମ୍ପାଦକ ଦେଇ ନ ଥିଲେ। ଏହାବାଦ୍‌ ଉକ୍ତ ପାସ୍‌ବୁକ୍‌ରେ ନୂତନ ଖରିଫ୍‌ ଋଣ ୨୯ା୯ା୨୦୨୦ରେ ଉଠାଣ ହୋଇଥିବା ଲିପିବଦ୍ଧ କରିଥିଲେ। ଋଣ ଟଙ୍କା ଉଠାଣ କରିବା ପାଇଁ ଟଙ୍କା ଉଠାଣ ଫର୍ମରେ ଦସ୍ତଖତ ମଧ୍ୟ କରାଇଥିଲେ। କିଛିଦିନ ପରେ ଉଠାଣ ହୋଇଥିବା ଋଣରୁ ଚାଷୀ ଅଜୟଙ୍କୁ ମାତ୍ର ୧୦ ହଜାର ଟଙ୍କା ଦେଇଥିଲେ। ଏନେଇ ସନ୍ଦେହ ହେବାରୁ ସେ ବ୍ୟାଙ୍କ୍‌କୁ ଯାଇ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ୨୧,୬୦୦ ଟଙ୍କା ଉଠାଣ ହୋଇଛି। ଏ ସଂକ୍ରାନ୍ତରେ ସେ ସମ୍ପାଦକଙ୍କୁ ପଚାରିବାରୁ ବାକି ଟଙ୍କା ପରିଶୋଧ କରିବି ଏବଂ ଅଡିଟ୍‌ ସରିଲେ ପୁରୁଣା ରସିଦ୍‌ ଏବଂ ଋଣ ପାସ୍‌ବୁକ୍‌ ଫେରସ୍ତ କରିବି ବୋଲି କହିଥିଲେ। କିନ୍ତୁ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେ ରସିଦ୍‌ କିମ୍ବା ପାସ୍‌ବୁକ୍‌ ଫେରସ୍ତ କରି ନ ଥିଲେ। ବରଂ ଏକ ନୂତନ ପାସ୍‌ବୁକ୍‌ ଦେଇଥିଲେ, ଯେଉଁଥିରେ ବ୍ୟାଙ୍କ ସୁପରଭାଇଜରଙ୍କ ଦସ୍ତଖତ ନ ଥିଲା। ଉକ୍ତ ପାସ୍‌ବୁକ୍‌ରେ କେବଳ ୧୯ା୯ା୨୦୨୧ ତାରିଖରେ ୨୧,୬୦୦ ଟଙ୍କା ଋଣ ଉଠାଣ ହୋଇଥିବା ଲିପିବଦ୍ଧ ହୋଇଛି। ପୁରୁଣା ରସିଦ୍‌କୁ ବର୍ତ୍ତମାନ ବ୍ୟବହାର କରାଯାଇ ବକେୟା ଥିବା ଋଣ ଖାତାରେ ପକାଇ ନୂତନ ଋଣ ଦେଇଛନ୍ତି। ପ୍ରତ୍ୟେକ ଋଣୀ ଚାଷୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ମଧ୍ୟ ଅସୁଲି ହୋଇଛି। ଏହାବାଦ୍‌ ବାପାଙ୍କ ନାମରେ ବକେୟା ଋଣ ଥାଇ ପୁଅ ନାମରେ, ସ୍ବାମୀଙ୍କ ନାମରେ ଋଣ ବକେୟା ଥାଇ ସ୍ତ୍ରୀଙ୍କ ନାମରେ, ବାପାଙ୍କ ନାମରେ ଋଣ ବକେୟା ଥାଇ ଝିଙ୍କ ନାମରେ ଋଣ ପ୍ରଦାନ କରାଯାଇଛି। ଗତ ୨୯ା୯ା୨୦୨୦ରେ କେତେଜଣ ଚାଷୀଙ୍କ ନୂତନ ଋଣ ମଞ୍ଜୁର କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଭ୍ୟମାନଙ୍କ ଗୁଣ୍ଠେ ଜମି ନାହିଁ, କେତେଜଣ ସଭ୍ୟଙ୍କ ଘରବାଡି ବନ୍ଧା ରଖି ସମ୍ପାଦକ ବେଆଇନ ଭାବେ ଋଣ ମଞ୍ଜୁର କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏଥିରେ ଏକାଧିକ ଚାଷୀଙ୍କୁ ସାମିଲ କରାଯାଇ ବିପୁଳ ପରିମାଣର ଅର୍ଥ ଆତ୍ମସାତ୍‌ ହୋଇଛି। ତେଣୁ ଏହାର ସ୍ବତନ୍ତ୍ର ଅଡିଟ୍‌ କରାଗଲେ ସମ୍ପାଦକଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା।
ମାର୍କଣ୍ଡପୁର ପାକ୍ସରେ ପୂର୍ବରୁ ଏକ ଚାଷୀ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ଧାନ କିଣାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିଲା। ହାଇକୋର୍ଟରେ ଏନେଇ ମାମଲା ରୁଜୁ ହେବାପରେ ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ସମ୍ପାଦକ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ଋଣ ଜାଲିଆତି ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri