ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ଦେବିନା ଏକ ଝିଅ ଜନ୍ମ ଦେଇଥିଲେ। ଗୁରୁମିତ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବରକୁ ଅତି ସୁନ୍ଦର ଭାବରେ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ଖୋଲଛି, ତା’ପରେ ଦେବିନାଙ୍କ ହାତ ଏବଂ ଶେଷରେ କୁନି ଝିଅର ହାତ ଦେଖିବାକୁ ମିଳିଛି। ଦେବିନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ସେ ତାଙ୍କ ଗର୍ଭଧାରଣ ଯାତ୍ରାକୁ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ଏହା ବ୍ୟତୀତ, ଗର୍ଭାବସ୍ଥାରେ ଦେବିନାଙ୍କ ହେଡଷ୍ଟାଣ୍ଡର ଏକ ଫଟୋ ଭାଇରାଲ ହୋଇଥିଲା।
ଗୁରୁମିତ ଏବଂ ଦେବିନା ୨୦୧୧ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଦୀର୍ଘ ସମୟ ଧରି ଡେଟ କରିଥିଲେ। ଉଭୟ ସିରିଏଲ ‘ରାମାୟଣ’ର ସେଟରେ ପରସ୍ପରକୁ ଭେଟିଥିଲେ। ଯେଉଁଥିରେ ଗୁରୁମିତ ରାମ ଏବଂ ଦେବିନା ସୀତା ଭୂମିକାରେ ଅଭିନୟ କରିଥିଲେ।

Share