ଶୀତଳଷଷ୍ଠୀରେ କନ୍ୟାଦାନ କରିବେ ଦେବାଶିଷ, ଶ୍ୱଶୁରଘର ପରିବାର ଓ ଧର୍ମପତ୍ନୀ ରୀତିମୁକ୍ତାଙ୍କ ସହ ପ୍ରସ୍ତୁତିରେ ସାମିଲ

ସମ୍ବଲପୁର,୯ା୬(ଭବାନୀ ଶଙ୍କର ଭୋଇ): କ୍ରିକେଟ ଦୁନିଆରେ ସୁଇଙ୍ଗ ବୋଲିଂ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ରଖିଥିବା ଦେବାଶିଷ ମହାନ୍ତି ଏବେ ପାର୍ବତୀଙ୍କ ପିତାଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଗତ ଅକ୍ଷୟତୃତୀୟାରେ ଝାଡୁଆପଡାର ଲୋକନାଥ ବାବାଙ୍କ ମନ୍ଦିରରେ ପାର୍ବତୀଙ୍କୁ କନ୍ୟାରୂପରେ ଗ୍ରହଣ କରିବାକୁ ସଙ୍କଳ୍ପ ନେବାପରେ ଏବେ କନ୍ୟାଦାନ ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି ଦେବାଶିଷ ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ ରୀତିମୁକ୍ତା ଦାଶ।

ସମ୍ବଲପୁର କଂସାରୀପଡାରେ ଦେବାଶିଷଙ୍କ ଶ୍ୱଶୁରଘର। ତାଙ୍କ ଶ୍ୱଶୁର ଘର ପରିବାର ଏଥିପୂର୍ବରୁ ପାଞ୍ଚଥର ପାର୍ବତୀଙ୍କୁ କନ୍ୟା ରୂପରେ ବିବାହ ଦେବାର ସୁଯୋଗ ପାଇସାରିଛନ୍ତି। ଦେବାଶିଷଙ୍କ ଧର୍ମପତ୍ନୀ ରୀତିମୁକ୍ତା ଛୋଟ ସମୟରୁ ଶୀତଳଷଷ୍ଠୀ ପରମ୍ପରା ସହ ସାମିଲ ହୋଇଆସିଛନ୍ତି। ତାଙ୍କ ଅଜା ସୁଦାମ ଦାସ ୪ଥର ପାର୍ବତୀଙ୍କ କନ୍ୟାଦାନ କରିଥିବା ବେଳେ ବାପା ମୋତିଲାଲ ଦାସ ୨୦୧୧ ମସିହାରେ କନ୍ୟାଦାନ କରିଥିଲେ। ସେହି ସମୟରେ ରୀତିମୁକ୍ତା ଭବିଷ୍ୟତରେ ସୁଯୋଗ ମିଳିଲେ ନିଜେ ପାର୍ବତୀଙ୍କୁ କନ୍ୟାଦାନ କରିବାକୁ ମନରେ ଇଚ୍ଛା ପ୍ରକାଶ କରିଥିଲେ। ଦୀର୍ଘ ୧୩ବର୍ଷ ପରେ ରୀତିମୁକ୍ତାଙ୍କୁ ପାର୍ବତୀଙ୍କ କନ୍ୟା ଭାବେ ପାଇବାର ସୁଯୋଗ ମିଳିଛି। ଦେବାଶିଷ ମଧ୍ୟ ଧର୍ମପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ପାର୍ବତୀଙ୍କୁ କନ୍ୟାଦାନ ପାଇଁ ସହମତି ଦେଇଛନ୍ତି।

ଦେବାଶିଷ ମହାନ୍ତି କୁହନ୍ତି, ୨୦୧୧ ମସିହାରେ ସମ୍ବଲପୁରରେ ବିବାହ କରିବା ପରେ ଶାଶୁଶ୍ୱଶୁର ପାର୍ବତୀଙ୍କୁ କନ୍ୟାଦାନ କରିଥିଲେ। ତେବେ ସେହି ସମୟରେ ଓପିଏଲ୍‌ ଚାଲିଥିବା ଯୋଗୁ ପ୍ରତ୍ୟକ୍ଷ ଭାବେ ଶୀତଳଷଷ୍ଠୀ ଯାତ୍ରାର ଏହି ଲୌକିକ ପରମ୍ପରାରେ ସାମିଲ ହୋଇପାରି ନ ଥିଲେ। ଦେବାଶିଷଙ୍କ ମା’ ସମ୍ବଲପୁର ଆସି ଶୀତଳଷଷ୍ଠୀରେ କନ୍ୟାଦାନ ପରମ୍ପରାକୁ ସ୍ବଚକ୍ଷୁରେ ଦେଖିବାର ସୁଯୋଗ ପାଇଥିଲେ। ଚଳିତବର୍ଷ ସୁଯୋଗ ମିଳିବା ପରେ କଂସାରୀ ପଡାରେ ଥିବା ଶ୍ୱଶୁରଘର ଲୋକଙ୍କ ସହଯୋଗରେ ରୀତିମୁକ୍ତା ପ୍ରତ୍ୟକ୍ଷ ଭାବେ ବିବାହ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି। ଶୁକ୍ରବାର ଭୁବନେଶ୍ୱରରୁ ଆସି ସମ୍ବଲପୁରରେ ପହଞ୍ଚତ୍ବା ପରେ ଦେବାଶିଷ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ଦେବାଶିଷଙ୍କ ଶାଶୁ ଚନ୍ଦ୍ରପ୍ରଭା ଦାଶ କୁହନ୍ତି, ପ୍ରଥମେ ପାର୍ବତୀଙ୍କୁ ସେ ଭଉଣୀ ଓ ପରେ ଝିଅ ରୂପେ କନ୍ୟାଦାନ କରିବାର ସୁଯୋଗ ପାଇଥିଲେ। ଏବେ ଝିଅ ଜ୍ୱାଇଁ ପାର୍ବତୀଙ୍କୁ କନ୍ୟାଦାନ କରିବାକୁ ଯାଉଥିବାରୁ ପାର୍ବତୀ ଏବେ ତାଙ୍କର ନାତୁଣୀଭାବେ ଘରକୁ ଆସୁଛନ୍ତି। ଶୀତଳଷଷ୍ଠୀ ଯାତ୍ରା ମଣିଷ ଭିତରେ ଲାୈକିକ ପରମ୍ପରା ଅନୁସାରେ ଭଗବାନଙ୍କୁ ପୁଅ ଝିଅ ଭାବେ ପାଇବାର ନିଆରା ଅନୁଭୂତି ପ୍ରଦାନ କରିଥାଏ। ବିବାହ ସମୟ ପାଖେଇ ଆସୁଥିବା ବେଳେ ଦେବାଶିଷ ଏବଂ ରୀତିମୁକ୍ତା ମଧ୍ୟ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି। ପରିବାର ଓ ଆମତ୍ୀୟ ସ୍ବଜନଙ୍କୁ ନିମନ୍ତ୍ରଣପତ୍ର ବଣ୍ଟା ସରିଛି। ଭୁବନେଶ୍ୱର ଏବଂ କଟକରେ ଦେବାଶିଷଙ୍କ ବହୁ ବନ୍ଧୁ ଶୀତଳଷଷ୍ଠୀ ପରମ୍ପରାକୁ ପାଖରୁ ଦେଖିବାକୁ ଚାହୁଁଥିବାରୁ ସେମାନଙ୍କ ମଧ୍ୟରୁ ଅନେକେ ସାମିଲ ହେବା ଆଶା ରହିଛି।

ଦେବାଶିଷଙ୍କ ପରିବାର ଏବଂ ତିନି ଭଉଣୀଙ୍କ ପରିବାର ମଧ୍ୟ ସମ୍ବଲପୁର ଆସି ବିବାହ କାର୍ଯ୍ୟରେ ସାମିଲ ହେବେ ବୋଲି ରୀତିମୁକ୍ତା କହିଛନ୍ତି। ପାର୍ବତୀଙ୍କୁ କନ୍ୟାଦାନ ପାଇଁ ଆବଶ୍ୟକ ପଡୁଥିବା ସୁନା, ରୁପା ଅଳଙ୍କାର, ଶାଢି ଏବଂ ଅନ୍ୟାନ୍ୟ ଯାନି ଯୌତୁକ, ଲୋକନାଥ ବାବାଙ୍କ ପାଇଁ ତ୍ରିଶୂଳ, କଠଉ ଆଦି କିଣା ସରିଛି। ଶନିବାର ପତରପେଁଡି ପରେ ସୋମବାର ବିବାହ ଲଗ୍ନ ଧାର୍ଯ୍ୟ କରାଯାଇଛି। ଦେବାଶିଷ ଶୀତଳଷଷ୍ଠୀ ପରମ୍ପରା ବିଷୟରେ ଆଗରୁ ଅନେକ କଥା ଶୁଣିଥିବା ବେଳେ ଏଥର ନିଜେ ସାମିଲ ହୋଇଥିବାରୁ ବେଶ୍‌ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri