ଶୀତଳଷଷ୍ଠୀରେ କନ୍ୟାଦାନ କରିବେ ଦେବାଶିଷ, ଶ୍ୱଶୁରଘର ପରିବାର ଓ ଧର୍ମପତ୍ନୀ ରୀତିମୁକ୍ତାଙ୍କ ସହ ପ୍ରସ୍ତୁତିରେ ସାମିଲ

ସମ୍ବଲପୁର,୯ା୬(ଭବାନୀ ଶଙ୍କର ଭୋଇ): କ୍ରିକେଟ ଦୁନିଆରେ ସୁଇଙ୍ଗ ବୋଲିଂ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ରଖିଥିବା ଦେବାଶିଷ ମହାନ୍ତି ଏବେ ପାର୍ବତୀଙ୍କ ପିତାଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଗତ ଅକ୍ଷୟତୃତୀୟାରେ ଝାଡୁଆପଡାର ଲୋକନାଥ ବାବାଙ୍କ ମନ୍ଦିରରେ ପାର୍ବତୀଙ୍କୁ କନ୍ୟାରୂପରେ ଗ୍ରହଣ କରିବାକୁ ସଙ୍କଳ୍ପ ନେବାପରେ ଏବେ କନ୍ୟାଦାନ ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି ଦେବାଶିଷ ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ ରୀତିମୁକ୍ତା ଦାଶ।

ସମ୍ବଲପୁର କଂସାରୀପଡାରେ ଦେବାଶିଷଙ୍କ ଶ୍ୱଶୁରଘର। ତାଙ୍କ ଶ୍ୱଶୁର ଘର ପରିବାର ଏଥିପୂର୍ବରୁ ପାଞ୍ଚଥର ପାର୍ବତୀଙ୍କୁ କନ୍ୟା ରୂପରେ ବିବାହ ଦେବାର ସୁଯୋଗ ପାଇସାରିଛନ୍ତି। ଦେବାଶିଷଙ୍କ ଧର୍ମପତ୍ନୀ ରୀତିମୁକ୍ତା ଛୋଟ ସମୟରୁ ଶୀତଳଷଷ୍ଠୀ ପରମ୍ପରା ସହ ସାମିଲ ହୋଇଆସିଛନ୍ତି। ତାଙ୍କ ଅଜା ସୁଦାମ ଦାସ ୪ଥର ପାର୍ବତୀଙ୍କ କନ୍ୟାଦାନ କରିଥିବା ବେଳେ ବାପା ମୋତିଲାଲ ଦାସ ୨୦୧୧ ମସିହାରେ କନ୍ୟାଦାନ କରିଥିଲେ। ସେହି ସମୟରେ ରୀତିମୁକ୍ତା ଭବିଷ୍ୟତରେ ସୁଯୋଗ ମିଳିଲେ ନିଜେ ପାର୍ବତୀଙ୍କୁ କନ୍ୟାଦାନ କରିବାକୁ ମନରେ ଇଚ୍ଛା ପ୍ରକାଶ କରିଥିଲେ। ଦୀର୍ଘ ୧୩ବର୍ଷ ପରେ ରୀତିମୁକ୍ତାଙ୍କୁ ପାର୍ବତୀଙ୍କ କନ୍ୟା ଭାବେ ପାଇବାର ସୁଯୋଗ ମିଳିଛି। ଦେବାଶିଷ ମଧ୍ୟ ଧର୍ମପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ପାର୍ବତୀଙ୍କୁ କନ୍ୟାଦାନ ପାଇଁ ସହମତି ଦେଇଛନ୍ତି।

ଦେବାଶିଷ ମହାନ୍ତି କୁହନ୍ତି, ୨୦୧୧ ମସିହାରେ ସମ୍ବଲପୁରରେ ବିବାହ କରିବା ପରେ ଶାଶୁଶ୍ୱଶୁର ପାର୍ବତୀଙ୍କୁ କନ୍ୟାଦାନ କରିଥିଲେ। ତେବେ ସେହି ସମୟରେ ଓପିଏଲ୍‌ ଚାଲିଥିବା ଯୋଗୁ ପ୍ରତ୍ୟକ୍ଷ ଭାବେ ଶୀତଳଷଷ୍ଠୀ ଯାତ୍ରାର ଏହି ଲୌକିକ ପରମ୍ପରାରେ ସାମିଲ ହୋଇପାରି ନ ଥିଲେ। ଦେବାଶିଷଙ୍କ ମା’ ସମ୍ବଲପୁର ଆସି ଶୀତଳଷଷ୍ଠୀରେ କନ୍ୟାଦାନ ପରମ୍ପରାକୁ ସ୍ବଚକ୍ଷୁରେ ଦେଖିବାର ସୁଯୋଗ ପାଇଥିଲେ। ଚଳିତବର୍ଷ ସୁଯୋଗ ମିଳିବା ପରେ କଂସାରୀ ପଡାରେ ଥିବା ଶ୍ୱଶୁରଘର ଲୋକଙ୍କ ସହଯୋଗରେ ରୀତିମୁକ୍ତା ପ୍ରତ୍ୟକ୍ଷ ଭାବେ ବିବାହ କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି। ଶୁକ୍ରବାର ଭୁବନେଶ୍ୱରରୁ ଆସି ସମ୍ବଲପୁରରେ ପହଞ୍ଚତ୍ବା ପରେ ଦେବାଶିଷ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ଦେବାଶିଷଙ୍କ ଶାଶୁ ଚନ୍ଦ୍ରପ୍ରଭା ଦାଶ କୁହନ୍ତି, ପ୍ରଥମେ ପାର୍ବତୀଙ୍କୁ ସେ ଭଉଣୀ ଓ ପରେ ଝିଅ ରୂପେ କନ୍ୟାଦାନ କରିବାର ସୁଯୋଗ ପାଇଥିଲେ। ଏବେ ଝିଅ ଜ୍ୱାଇଁ ପାର୍ବତୀଙ୍କୁ କନ୍ୟାଦାନ କରିବାକୁ ଯାଉଥିବାରୁ ପାର୍ବତୀ ଏବେ ତାଙ୍କର ନାତୁଣୀଭାବେ ଘରକୁ ଆସୁଛନ୍ତି। ଶୀତଳଷଷ୍ଠୀ ଯାତ୍ରା ମଣିଷ ଭିତରେ ଲାୈକିକ ପରମ୍ପରା ଅନୁସାରେ ଭଗବାନଙ୍କୁ ପୁଅ ଝିଅ ଭାବେ ପାଇବାର ନିଆରା ଅନୁଭୂତି ପ୍ରଦାନ କରିଥାଏ। ବିବାହ ସମୟ ପାଖେଇ ଆସୁଥିବା ବେଳେ ଦେବାଶିଷ ଏବଂ ରୀତିମୁକ୍ତା ମଧ୍ୟ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି। ପରିବାର ଓ ଆମତ୍ୀୟ ସ୍ବଜନଙ୍କୁ ନିମନ୍ତ୍ରଣପତ୍ର ବଣ୍ଟା ସରିଛି। ଭୁବନେଶ୍ୱର ଏବଂ କଟକରେ ଦେବାଶିଷଙ୍କ ବହୁ ବନ୍ଧୁ ଶୀତଳଷଷ୍ଠୀ ପରମ୍ପରାକୁ ପାଖରୁ ଦେଖିବାକୁ ଚାହୁଁଥିବାରୁ ସେମାନଙ୍କ ମଧ୍ୟରୁ ଅନେକେ ସାମିଲ ହେବା ଆଶା ରହିଛି।

ଦେବାଶିଷଙ୍କ ପରିବାର ଏବଂ ତିନି ଭଉଣୀଙ୍କ ପରିବାର ମଧ୍ୟ ସମ୍ବଲପୁର ଆସି ବିବାହ କାର୍ଯ୍ୟରେ ସାମିଲ ହେବେ ବୋଲି ରୀତିମୁକ୍ତା କହିଛନ୍ତି। ପାର୍ବତୀଙ୍କୁ କନ୍ୟାଦାନ ପାଇଁ ଆବଶ୍ୟକ ପଡୁଥିବା ସୁନା, ରୁପା ଅଳଙ୍କାର, ଶାଢି ଏବଂ ଅନ୍ୟାନ୍ୟ ଯାନି ଯୌତୁକ, ଲୋକନାଥ ବାବାଙ୍କ ପାଇଁ ତ୍ରିଶୂଳ, କଠଉ ଆଦି କିଣା ସରିଛି। ଶନିବାର ପତରପେଁଡି ପରେ ସୋମବାର ବିବାହ ଲଗ୍ନ ଧାର୍ଯ୍ୟ କରାଯାଇଛି। ଦେବାଶିଷ ଶୀତଳଷଷ୍ଠୀ ପରମ୍ପରା ବିଷୟରେ ଆଗରୁ ଅନେକ କଥା ଶୁଣିଥିବା ବେଳେ ଏଥର ନିଜେ ସାମିଲ ହୋଇଥିବାରୁ ବେଶ୍‌ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri