ପୁରୁଣା ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରସଙ୍ଗ: ଭାଜପାର ଅଭିଯୋଗକୁ ଜିଲା ଯୁବକ ଏକତା ମଞ୍ଚର ଖଣ୍ଡନ

ଦେବଗଡ,୨୩।୧୦(ଶଶାଙ୍କ ଶେଖର ଝାଙ୍କର): ନୂତନ କୋଠାକୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ଦିନଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଦେବଗଡ ଜିଲା ଯୁବ ଏକତା ମଞ୍ଚର ଆହ୍ବାନ କ୍ରମେ ବିଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ଦଳ ସମେତ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦୃଢ ସମର୍ଥନ ଦେଇ ଆସୁଛନ୍ତି । ମାତ୍ର ମଙ୍ଗଳବାର ଦେବଗଡ ଜିଲା ଭାଜପା ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଭାଜପା ଏକ ଖବରଦାତା ସମ୍ମିଳନୀ କରି ବିଧାୟକ ବିଶ୍ୱାଳ ଶସ୍ତା ଲୋକପ୍ରିୟତା ପାଇଁ ଲୋକଙ୍କୁ ଉସକାଇ ହୀନ ରାଜନୀତି କରୁଥିବା ଅଭିଯୋଗ କରିଥିଲା । ତେବେ ଭାଜପା ର  ଏଭଳି ଅଭିଯୋଗକୁ ଦେବଗଡ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଖଣ୍ଡନ କରାଯାଇଛି ।
ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା କେବଳ ଆମର ଦାବି । ଏହାକୁ ଯେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷ ସମର୍ଥନ କଲେ ମଂଚ ତାଙ୍କୁ ସୱାଗତ ଜଣାଇବ । କୌଣସି ବ୍ୟକ୍ତି ବିଶେଷଙ୍କର ପ୍ରରୋଚନାରେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ନାହିଁ । ଭାଜପା ଶସ୍ତା ରାଜନୀତି ପାଇଁ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଏଭଳି ହୀନ ମନ୍ତବ୍ୟ ରଖିଥିବା ଅଭିଯୋଗ କରାଯାଇଥିଲା । ଭାଜପା ମିଥ୍ୟା ଅପପ୍ରଚାର କରି ଆମର ମନୋବଳ ଏବଂ ଏକତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେମାନେ ଫଳପ୍ରଦ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ । ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ସହର ଠାରୁ ପ୍ରାୟ ୬ କିମି ଦୂରକୁ ସ୍ଥାନାନ୍ତର ହୋଇଥିବା ବେଳେ ବିଜେଡିର ମନମାନି ପାଇଁ ଏଭଳି ହୋଇଥିବା ଭାଜପା ଅଭିଯୋଗ ଆଣିଥିଲା। ସେତେବେଳେ ଭାଜପା ଦଳର ବିଧାୟକ ଏବଂ ସାଂସଦ ଦେବଗଡରୁ ପ୍ରତିନିଧିତ୍ୱ କରୁଥିଲେ ହେଁ ସେମାନେ କାହିଁକି ମୁହଁ ଖୋଲିଲେ ନାହିଁ । ଏହା ସତ୍ତ୍ୱେ ଜିଲା ଯୁବ ଏକତା ମଞ୍ଚ କୌଣସି ଦଳକୁ ଆକ୍ଷେପ କରୁ ନ ଥିବା ବେଳେ ଭାଜପା କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଥିଲେ । ପୂର୍ବତନ ବିଧାୟକ ମୌଖିକ ଭାବରେ ଡାକ୍ତରଖାନା ସ୍ଥାନାନ୍ତର ନକରିବାକୁ ଅଭିଯୋଗ କରିଥିବା କହୁଥିବା ବେଳେ ଲିଖିତ ଅଭିଯୋଗ କରିନଥିବାରୁ ତାଙ୍କ ମୁହଁରେ ଏହା ଶୋଭା ପାଉନାହିଁ ବୋଲି କୁହାଯାଇଥିଲା । ସବୁଠାରୁ ବଡ କଥା ହେଲା ଜିଲା ଯୁବ ଏକତା ମଂଚ ଯେତେବେଳେ ପୁରୁଣା ଡାକ୍ତରଖାନାରେ ସୱାସ୍ଥ୍ୟ ସେବା ପାଇଁ ଆନ୍ଦୋଳନକୁ ବାହାରିଲା ଭାଜପା ଦଳର ଜିଲା ସଭାପତି ଅରୁଣ ସାହୁ, ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ସମେତ ବହୁ ନେତୃବୃନ୍ଦ ସମର୍ଥନ ଜଣାଇବା ସହିତ ବିଳମ୍ବରେ ଆନ୍ଦୋଳନରେ ସାମିଲ ହୋଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । କେବଳ ଏତିକି ନୁହେଁ ଉକ୍ତ ଦାବି ପାଇଁ ଜିଲା ନାଗରିକ କମିଟି ପ୍ରଥମେ ଏକ ବୈଠକ ଆୟୋଜନ କରିଥିଲା । ଏହି ବୈଠକର ମୁଖ୍ୟ ପୁରୋଧା କମିଟି ସଭାପତି ସୁଶିଲ କପରଦାର ଏବଂ ସମ୍ପାଦକ ସୁଧୀର କୁମାର କପରଦାର ରହିଥିଲେ । କିନ୍ତୁ ସୁଧୀର କପରଦାର କେଉଁ ସ୍ବାର୍ଥ ପାଇଁ ଏବେ ଆନ୍ଦୋଳନକୁ ବାରମ୍ବାର ଭଣ୍ଡୁର ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜିଲା ଯୁବ ଏକତା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ଏହି ଆନ୍ଦୋଳନ କୌଣସି ଦଳର ନୁହେଁ ବରଂ ଦେବଗଡିଆଙ୍କ ମାନ, ସମ୍ମାନ ଓ ହକର ଲଢେଇ ସେଥିପାଇଁ କାଦୁଅଫିଙ୍ଗା ରାଜନୀତି କରନ୍ତୁ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲା ଯୁବ ଏକତା ମଞ୍ଚର ଆବାହକ ସୁରଞ୍ଜିତ ମହାପାତ୍ର, ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, ପ୍ରଫୁଲ୍ଲ ନାୟକ, ରାଜେଶ ନାୟକ, ମାନସ ଦ୍ୱିବେଦୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri