ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ଦୁଇ ନମ୍ବର ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଭ୍ୟା ମାଳତୀ ମାଝୀଙ୍କ ଘରେ ପରିବାର ଲୋକେ ଶୋଇବାକୁ ଯାଉଥିଲେ। ଏହି ସମୟରେ ଘର ଭିତରୁ ଏକ ଅଜଗରର ଗର୍ଜନ ଭଳି ଶବ୍ଦ ଶୁଣିବାକୁ ପାଇଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ଟର୍ଚ୍ଚ ଲାଇଟ୍‌ରେ ଖୋଜାଖୋଜି କରିବାରୁ ଶୋଇବା ଘରର ଏକ କୋଣରେ ପ୍ରାୟ ୧୦ ଫୁଟ ଲମ୍ବର ଅଜଗରଟି ଗୁଡ଼େଇ ହୋଇ ରହିଥିବା ଦେଖିଥିଲେ।

ପରେ ପରିବାର ଲୋକେ ସ୍ନେକ୍ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିଥିଲେ। ତେବେ ସ୍ନେକ୍ ହେଲ୍ପଲାଇନ୍‌ର କର୍ମଚାରୀ ଆସିବାରେ ବିଳମ୍ବ ହେବାରୁ ନିକଟସ୍ଥ ସାପ ଧରାଳିଙ୍କ ସହଯୋଗରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ପରେ ଅଜଗରଟିକୁ କୁଲଡିହା ଅଭୟାରଣ୍ୟକୁ ନେଇ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share