Categories: Uncategorized

ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଲୁଧିଆନା,୩୦ା୪: ପଞ୍ଜାବର ଲୁଧିଆନା ଜିଲା ଗେସ୍‌ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା ୪ଜଣ ପୁରୁଷ ଏବଂ ୨ଜଣ ନାବାଳକ ଥିବା ଜଣାପଡିଛି। ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ, ଡାକ୍ତରୀ ଟିମ୍‌, ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ସେହିପରି ଏନ୍‌ଡିଆର୍‌ଏଫ୍‌ର ୫୦ ଜଣିଆ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍‌ର କାରଣ ଖୋଜୁଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଅଭିହିତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।