Categories: ଜାତୀୟ

ଇଡୁକି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୪୩

କୋଚି, ୧୦।୮: କେରଳର ଇଡୁକି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ରବିବାର ୪୩ରେ ପହଞ୍ଚତ୍ଛି। ମାଟି ଅତଡ଼ା ତଳୁ ରବିବାର ଆଉ ୧୬ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଭୂସ୍ଖଳନରେ ଚା’ ବଗିଚାରେ କାର୍ଯ୍ୟରତ କର୍ମଚାରୀଙ୍କର ୨୦ଟି ଘର ଧ୍ୱଂସ ହୋଇଯାଇଛି। ୩ ଦିନ ପରେ ବି ମାଟି ତଳେ ଆହୁରି ମୃତଦେହ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ନିଫର ଡଗ୍‌ ସହାୟତା ନିଆଯାଇଛି। ଭୂସ୍ଖଳନ ଘଟିଥିବା ସ୍ଥାନରେ ୭୮ ଜଣ ରହୁଥିଲେ। ୧୨ ଜଣଙ୍କୁ ଉଦ୍ଧାର କରଯାଇଥିବାବେଳେ ୪୩ ମୃତଦେହ ମିଳିଛି। ଅନ୍ୟମାନଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share