Categories: ଜାତୀୟ

୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ

ବ୍ୟାଙ୍କକ୍‌,୬।୩ କୋଭିଡ୍‌ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି। ଓ୍ବାଲେର୍‌ଡାମିଟର ଅନୁଯାୟୀ ରବିବାର ରାତି ସୁଦ୍ଧା ବିଶ୍ୱରେ କୋଭିଡ୍‌ ମୃତ୍ୟୁସଂଖ୍ୟା ୬୦,୧୭,୫୫୯ରେ ପହଞ୍ଚତ୍ଛି। ଆମେରିକାରେ ସର୍ବାଧିକ ୯,୮୩,୯୧୨ ଲୋକଙ୍କ ଜୀବନ ଯାଇଥିବା ବେଳେ ବ୍ରାଜିଲରେ ୬,୫୧,୯୮୮ ଏବଂ ଭାରତରେ ୫,୧୫,୦୬୩ ଜଣଙ୍କ ମୃତ୍ୟୁ ଘଟିଛି। ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟିର ହିସାବ ଅନୁଯାୟୀ ରବିବାର ସକାଳ ସୁଦ୍ଧା କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୫୯,୯୬,୮୮୨ ରହିଥିଲା।

ଅନ୍ୟପକ୍ଷେ ହଂକଂରେ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ଚଳିତ ମାସରେ ୭୫ ଲକ୍ଷ ଲୋକଙ୍କୁ ୩ ଥର ଲେଖାଏ କୋଭିଡ୍‌ ପରୀକ୍ଷା କରାଇବାକୁ ନିଷ୍ପତ୍ତି ହୋଇଛି। ପୋଲାଣ୍ଡ, ହଙ୍ଗେରି, ରୋମାନିଆ ଏବଂ ପୂର୍ବ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁ ହାର ଅଧିକ ରହିଛି।

Share