Categories: ଜାତୀୟ

ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ, କାର୍ଯ୍ୟାଳୟକୁ ଅଜଣା କଲ୍‌…

ନାଗପୁର,୧୪।୧ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ନାଗପୁରରେ ଥିବା ଗଡକରୀଙ୍କ କାର୍ଯ୍ୟାଳୟକୁ ଦୁଇଥର ଫୋନ କରି ଧମକ ଦିଆଯାଇଛି। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଶନିବାର ପୂର୍ବାହ୍ନ ୧୧ଟା ୨୫, ୧୧ଟା ୩୨ ଏବଂ ୧୨ ଟା ୩୨ ମଧ୍ୟରେ ୩ ଥର ଧମକପୂର୍ଣ୍ଣ କଲ ଆସିଥିଲା। ୬୭ ମିନିଟ ମଧ୍ୟରେ ଏହି କଲ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ଦୁଇଟି ଧମକପୂର୍ଣ୍ଣ କଲ ଆସିଥିଲା। ଅଜଣା କଲରେ କୁହାଯାଇଥିଲା ଯଦି ସେ ଆମକୁ ମୁକ୍ତି ପ୍ରଦାନ ନକରନ୍ତି ତେବେ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କୁ ହତ୍ୟା କରାଯିବ। ଏହା ସହିତ ଅଣ୍ଡରଓ୍ବାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ମଧ୍ୟ ନିଆଯାଇଥିଲା ।

ଧମକ କଲ ପାଇବା ପରେ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ପୋଲିସକୁ ସୂଚନା ଦେଇଥିଲା। ଏହି ସମୟରେ ବରିଷ୍ଠ ପୋଲିସ କର୍ମଚାରୀ ଗଡକରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଧମକ ପାଇବା ପରେ ଗଡକରୀଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ସୁରକ୍ଷା କଡାକଡି କରାଯାଇଛି।

ଏହି ମାମଲାରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକର ହୁବଲିରୁ ନୀତିନ ଗଡକରୀଙ୍କୁ ଧମକପୂର୍ଣ୍ଣ କଲ କରାଯାଇଥିଲା। କଲର ନମ୍ବର ଏବଂ ଚିତ୍ର ପୋଲିସ ସହ ଶେୟାର କରାଯାଇଛି।

Share