Posted inଜାତୀୟ

ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ,୧୩।୧୨: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଫୋନ୍‌ରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। କଲ୍‌ କରିଥିବା ବ୍ୟକ୍ତି ପାଓ୍ବାରଙ୍କୁ ସିଲଭର ଓକ୍‌ରେ ଫୋନ୍‌ରେ ଧମକ ଦେଇଥିବା ଜଣାପଡ଼ିଛି। କଲ୍‌ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେବା ସହ ମୁମ୍ବାଇ ଆସି ଦେଶୀ ବନ୍ଧୁକରେ ପାୱାରଙ୍କୁ ହତ୍ୟା କରିବେ ବୋଲି କହିଥିଲେ। ଏହି ଘଟଣା ପରେ ନିକଟସ୍ଥ ଗାମଦେବୀ ପୋଲିସ ଷ୍ଟେସନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ପୋଲିସର ସୂଚନାନୁସାରେ, ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ବିହାରରୁ ଏହି କଲ୍‌ ଆସିଥିଲା। ଉକ୍ତ ବ୍ୟକ୍ତି ଏହା ପୂର୍ବରୁ ମଧ୍ୟ ଫୋନ ମାଧ୍ୟମରେ ପାୱାରଙ୍କୁ ଧମକ ଦେଇସାରିଛି। ସେତେବେଳେ ପୋଲିସ ତାଙ୍କୁ ହେପାଜତରେ ନେଇ ପଚାରାଉଚରା କରିବା ସହ ବୁଝାସୁଝା କରି ପରେ ଛାଡି ଦେଇଥିଲା। ଏବେ ପୁଣି ଧମକ ଦେବାରୁ ପୋଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ତେବେ ଖୁବ୍‌ଶୀଘ୍ର ଧମକ ଦେଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଭାଷାର ଅଧିକ ବ୍ୟବହାର କଲେ ଦେଶ ହେବ ସମୃଦ୍ଧ: ଶାହା…

ନୂଆଦିଲ୍ଲୀ,୨୧।୨ : ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃଭାଷା ସହିତ ଯୋଡିହେବା ଏବଂ ଏହାକୁ...

୬୦୩ ଘରେ ଫାଟ ସୃଷ୍ଟି

ଡେରାଡୁନ,୮।୧: ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ...

ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା: ପେଶା ଛାଡ଼ିବାକୁ ମନା କଲେ ଭିକାରି

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗର ନିଗମ ପକ୍ଷରୁ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା କରାଯାଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଚାକିରି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ଗୁଜରାଟରେ ୧୦ ହଜାର କୋଟିର ଅବକାରୀ ଠକେଇ

ନୂଆଦିଲ୍ଲୀ,୨୨ା୮: କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟଣାଓଟରା ଚରମ ସୀମାରେ ପହଞ୍ଚତ୍ଲାଣି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ର କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଦର୍ଶାଇ...

ପ୍ରତି ୫ ଘଣ୍ଟାରେ ଜଣେ ହେଉଛନ୍ତି ଓମିକ୍ରନ୍‌ରେ ସଂକ୍ରମିତ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରଥମଥର ଲାଗି ସର୍ବାଧିକ ୧୨୨ ଜଣ...

ଆର୍ଥିକ ସର୍ଭେ ରିପୋର୍ଟ: ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଅର୍ଥବ୍ୟବସ୍ଥା ଲକ୍ଷ୍ୟ

ନୂଆଦିଲ୍ଲୀ,୪।୭: ସଂସଦରେ ଶୁକ୍ରବାର ବଜେଟ୍‌ ଉପସ୍ଥାପନା କରାଯିବ। ତେବେ ଏହା ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ...

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର...

Advertisement
Archives

Model This Week