ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡାଦେଶ…

କାମ୍ପଲା,୨୨।୩ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ଏକ ବିଲ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ସମ୍ପର୍କକୁ ପ୍ରକାଶ କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମୃତ୍ୟୁ ଦଣ୍ଡାଦେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଏହା ଦ୍ୱାରା ୩୦ରୁ ଅଧିକ ଆଫ୍ରିକୀୟ ଦେଶରେ ଉଗାଣ୍ଡା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯେଉଁଠାରେ ସମଲିଙ୍ଗୀ ସମ୍ପର୍କ ନିଷେଧ ।

ଉଗାଣ୍ଡାର ନୂତନ ବିଲ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲର ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ଆଜୀବନ କାରାଦଣ୍ଡ ଏବଂ ମୃତ୍ୟୁଦଣ୍ଡାଦେଶ ସ୍ଥିର କରାଯାଇଛି। ଯେଉଁମାନେ ୧୮ ବର୍ଷରୁ କମ ବୟସର ଲୋକଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବା କିମ୍ବା ଏଚ.ଆଇ.ଭି ସଂକ୍ରମିତ ହୋଇ ସମଲିଙ୍ଗୀ ସମ୍ପର୍କ ରଖି ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେମାନଙ୍କ ପ୍ରତି ଏହି ବିଲରେ ଦଣ୍ଡିତ କରିବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ସମଲିଙ୍ଗୀ ବିବାହରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।

ଉଗାଣ୍ଡା ସଂସଦରେ ପାରିତ ହେବା ପରେ ବର୍ତ୍ତମାନ ବିଲ ଅନୁମୋଦନ ପାଇଁ ରାଷ୍ଟ୍ରପତି ୟୋଭେରୀ ମୁସେଭେନିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତି ମୁସେଭେନି ମଧ୍ୟ ସମଲିଙ୍ଗୀ ସମ୍ପର୍କ ବିରୁଦ୍ଧରେ ଅଛନ୍ତି। ୨୦୧୩ ମସିହାରେ ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ବିରୋଧରେ ଏକ ଆଇନ ଅଣାଯାଇଥିଲା। ତେବେ ପାଶ୍ଚାତ୍ୟ ଦେଶଗୁଡିକର ବିରୋଧ ଏବଂ ସ୍ଥାନୀୟ କୋର୍ଟ ଏହା ଉପରେ ରୋକ ଲାଗୁ କରିବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇପାର ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri