ୟୁଟ୍ୟୁବରଙ୍କ ମୃତ୍ୟୁ: ସ୍ବାମୀ ଗିରଫ

କାଠମାଣ୍ଡୁ, ୧୪।୨: ଆସାମ ୟୁଟ୍ୟୁବର ପ୍ରିୟୋଲିନା ନାଥ୍‌ଙ୍କ ମୃତ୍ୟୁ ନେଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ରବିବାର ରାତିରେ ୧୯ ବର୍ଷୀୟା ପ୍ରିୟୋଲିନାଙ୍କ ଝୁଲନ୍ତା ମୃତଦେହ ବାମୁନି ମେଦାମସ୍ଥିତି ତାଙ୍କ ଘରୁ ମିଳିଥିଲା। ପଡ଼ୋଶୀଙ୍କ ସୂଚନାକ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେବ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା। ପ୍ରିୟୋଲିନାଙ୍କ ଶରୀରରେ ବହୁ କ୍ଷତଚିହ୍ନ ଥିବା ପୋଲିସ କହିଛି। ଘଟଣା ନେଇ ତାଙ୍କ ସ୍ବାମୀଙ୍କୁ ପଚରାଉଚରା କରାଯିବା ପରେ ପୋଲିସ ତାଙ୍କୁ ଗିରଫ କରିନେଇଛି। ତିନି ମାସ ପୂର୍ବେ ପ୍ରିୟୋଲିନା ପଙ୍କଜ ନାଥଙ୍କୁ ବିବାହ କରିଥିଲେ। ହତ୍ୟାପରେ ପ୍ରିୟୋଲିନାଙ୍କ ମୃତଦେହକୁ ପଙ୍କଜ ଝୁଲାଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣା ନେଇ ପୋଲିସ ତଦନ୍ତ ଚଳାଇଛି।

Share