ଆଜି ଝୁରୁଛି ଜନ୍ମମାଟି

ଝାରସୁଗୁଡ଼ା ଅଫିସ,୨୪ା୭: ଝାରସୁଗୁଡ଼ା ଜିଲା ବେଲପାହାଡର ସାମାଜିକ କର୍ମୀ ପାରଶ ଜୟସ୍ବାଲ(୬୪)ଙ୍କ ହୃଦଘାତରେ ରବିବାର ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ନିକଟସ୍ଥ ଟାଟାକ୍ରୋସାକୀ ହସ୍ପିଟାଲ୍‌କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୋମବାର ସକାଳେ ମୃତଦେହ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ତାଙ୍କର ସ୍ତ୍ରୀ, ଝିଅ ଓ ପୁଅ ରହିଛନ୍ତି। ସେ ଭାଜପା ଜିଲା ଉପସଭାପତି, କାର୍ଯ୍ୟକାରୀ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଏମ୍‌ପିଙ୍କ ପ୍ରତିନିଧି, ବେଲପାହାଡ ଜଗନ୍ନାଥ ମନ୍ଦିର କମିଟି ସଭାପତି ଭାବେ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିଲେ । ୨ମାସ ତଳେ ସେ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ ।