Categories: ଜାତୀୟ

ବାପାଙ୍କ ମୃତ୍ୟୁପରେ ଚାଲିଥିଲା କୋକେଇ ସଜା: ପୁଅ କରିଦେଲେ ଏମିତି କାମ

ଦରଭଙ୍ଗା,୨୫।୭:ବିହାରର ଦରଭଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ରୋଗରେ ବାପାଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକମାତ୍ର ପୁଅ ମଧ୍ୟ କରେଣ୍ଟ ଲାଗି ମୃତ୍ୟୁବରଣ କରିଛନ୍ତି। ଗୋଟିଏ ଦିନରେ ଉଭୟ ବାପ-ପୁଅଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ବିହାରର ଦରଭଙ୍ଗାରେ ଘଟିଛି। ଦରଭଙ୍ଗାର ଲଳିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟ ଥାନା ଅନ୍ତର୍ଗତ ଆଜମନଗର ମୋହଲ୍ଲେରେ ମୋହନ ମହତୋଙ୍କ କୌଣସି ଏକ ରୋଗ ପରଲୋକ ଘଟିଥିଲା। ତାଙ୍କ ମୃତଦେହ ହସ୍ପିଟାଲରୁ ଘରକୁ ଆସିବା ପରେ ଘରେ ଶୋକର ଛାୟା ଖେଳିଯାଇଥିଲା। ଅନ୍ତିମ ସଂସ୍କାର ପାଇଁ କୋକେଇ ବନ୍ଦା ଯାଉଥିଲା। ଏହି ସମୟରେ ମୋହନଙ୍କ ୧୮ ବର୍ଷୀୟ ପୁଅ ରଞ୍ଜନ ବାପାଙ୍କ ମୃତ୍ୟୁରେ ଭାଙ୍ଗିପଡି ପ୍ରବଳ କାନ୍ଦୁଥିଲେ। ଛିଡା ହେବା ପାଇଁ ସାହାରା ଖୋଜୁ ଖୋଜୁ ସେ ହଠାତ୍‌ ଏକ ବିଜୁଳି ଖୁଣ୍ଟକୁ ଧରିପକାଇଥିଲେ। ହଠାତ୍‌ କରେଣ୍ଟ୍‌ ଲାଗିବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବିଜୁଳି ଖୁଣ୍ଟରେ ଲାଗିଥିବା ଆର୍ଥିଂ ତାରରେ କରେଣ୍ଟ ପ୍ରଭାବିତ ହେଉଥିଲା।

Share