କରୋନାରେ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କର ମୃତ୍ୟୁ…

କୋଲକାତା,୧୫।୫: କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ହସ୍ପିଟାଲ ଅଧ୍ୟକ୍ଷ ଡ. ଆଲୋକ ରାୟ ସୂଚନା ଦେଇଛନ୍ତି। କରୋନା ମାର୍ଗଦର୍ଶିକା ପାଳନ କରାଯାଇ ଅସିମଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।

Share