ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…

ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ ପାର୍ଟିର ସମ୍ମାନିତ ସଭାପତି ବୁଥେଲେଜି ତାଙ୍କର ୯୫ତମ ଜନ୍ମଦିନ ପାଳନ କରିଥିଲେ। ପିଠି ଯନ୍ତ୍ରଣା ପାଇଁ ଅପରେଶନ ପରେ ସେ କେତେକ ଜଟିଳତାର ସମ୍ମୁଖୀନ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ।

ଜି -୨୦ ରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଥିବା ରାଷ୍ଟ୍ରପତି ସିରିଲ ରାମାଫୋସା ଶନିବାର ସକାଳେ ଏକ ବିବୃତ୍ତି ମାଧ୍ୟମରେ ବୁଥେଲିଜୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ ଏକ ଟୁଇଟରେ କହିଛନ୍ତି  କ୍ୱାଫିଣ୍ଡଙ୍ଗାନାର ପ୍ରିନ୍ସ ମଙ୍ଗୋସୁଥୁ ବୁଥେଲେଜୀଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ଆମ ମୁକ୍ତି ସଂଗ୍ରାମର ଉତ୍ଥାନ-ପତନ, ୧୯୯୪ରେ ଆମର ସ୍ବାଧୀନତାର ସୁରକ୍ଷା ଏବଂ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସମେତ ଆମ ଦେଶର ରାଜନୈତିକ ତଥା ସାଂସ୍କୃତିକ ଜୀବନରେ ପ୍ରିନ୍ସ ମଙ୍ଗୋସୁଥୁ ବୁଥେଲେଜି ଜଣେ ଉଲ୍ଲେଖନୀୟ ନେତା ଭାବରେ କାର୍ଯ୍ୟ କରିଛନ୍ତି। ’

ସେ କହିଛନ୍ତି ବୁଥେଲେଜି ଜଣେ ଶକ୍ତିଶାଳୀ ନେତା ଯିଏ ଆମ ଦେଶର ଇତିହାସରେ ସାତ ଦଶନ୍ଧି ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସରକାର ଏବଂ ପରିବାର ମଧ୍ୟରେ ପରାମର୍ଶ ଆଧାରରେ ବୁଥେଲିଜିଙ୍କ ଶୋକ ଓ ସମ୍ମାନର ବ୍ୟବସ୍ଥା ସମ୍ପର୍କରେ ଏକ ଘୋଷଣା କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି।

Share