Posted inଜାତୀୟ

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ଅଣୁଅସ୍ତ୍ର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ଚିଦାମ୍ବରମ୍‌ ମୁମ୍ବାଇର ଯଶଲୋକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର
ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶୋକବ୍ୟକ୍ତ କରିଛନ୍ତି। ୧୯୩୬ରେ ଜନ୍ମିତ ରାଜଗୋପାଳ ଚିଦାମ୍ବରମ୍‌ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଏବଂ ଆଇଆଇଟି ବେଙ୍ଗାଲୁରୁରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୭୪ର ପ୍ରଥମ ଆଣବିକ ପରୀକ୍ଷାରେ ତାଙ୍କର ସମନ୍ବିତ ଭୂମିକା ରହିଥିଲା। ୧୯୯୮ରେ ରାଜସ୍ଥାନର ପୋଖରାନ୍‌ଠାରେ ଦ୍ୱିତୀୟ ଆଣବିକ ପରୀକ୍ଷା ବେଳେ ସେ ଆଣବିକ ଶକ୍ତି ବିଭାଗ ଟିମ୍‌ର ନେତୃତ୍ୱ ନେଇଥିଲେ। ତାଙ୍କ ଅବଦାନ ଭାରତକୁ ବିଶ୍ୱସ୍ତରରେ ଏକ ଆଣବିକ ଶକ୍ତିରେ ପରିଣତ କରିଥିଲା। ଜଣେ ବିଶ୍ୱଶ୍ରେଣୀୟ ବୈଜ୍ଞାନିକ ଭାବେ ହାଇପ୍ରେସର ଫିଜିକ୍ସ, କ୍ରିଷ୍ଟାଲୋଗ୍ରାଫି ଏବଂ ମ୍ୟାଟେରିଆଲ୍ସ ସାଇନ୍ସରେ ତାଙ୍କ ଗବେଷଣା ବୈଜ୍ଞାନିକ ସମୁଦାୟଙ୍କୁ ଏହି କ୍ଷେତ୍ରଗୁଡ଼ିକ ବୁଝିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲା। ଏହିସବୁ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଭାରତରେ ଆଧୁନିକ ମ୍ୟାଟେରିଆଲ୍ସ ସାଇନ୍ସର ଭିତ୍ତିପ୍ରସ୍ତର ପକାଇଥିଲା।

୬ ଦଶନ୍ଧିର କ୍ୟାରିୟର ମଧ୍ୟରେ ଚିଦାମ୍ବରମ୍‌ ବହୁ ସମ୍ମାନଜନକ ପଦବୀରେ ରହିଥିଲେ। ସେ ୨୦୦୧ରୁ ୨୦୧୮ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ରହିଥିଲେ। ଏଥିସହ ସେ ୧୯୯୦ରୁ ୧୯୯୩ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ, ୧୯୯୩ରୁ ୨,୦୦୦ ଅଣୁଶକ୍ତି ଆୟୋଗର ଅଧ୍ୟକ୍ଷ ଏବଂ ଭାରତ ସରକାରଙ୍କ ସଚିବ ରହିଥିଲେ। ଏହା ବ୍ୟତୀତ ସେ ୧୯୯୪-୯୫ରେ ଅନ୍ତର୍ଜାତୀୟ ଅଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ବୋର୍ଡ ଅଫ୍‌ ଗଭର୍ନର୍ସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରି ଏକ୍ଦ’ରେ ଲେଖିଛନ୍ତି, ଚିଦାମ୍ବରମ୍‌ ଭାରତୀୟ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଧାଣି ଥିଲେ ଏବଂ ଭାରତର ବିଜ୍ଞାନ ଓ ରଣନୀତି ସାମର୍ଥ୍ୟକୁ ସୁଦୃଢ଼ କରିବାରେ ତାଙ୍କର ଐତିହାସିକ ଅବଦାନ ରହିଥିଲା। ସାରା ଦେଶ ତାଙ୍କୁ କୃତଜ୍ଞତାର ସହ ମନେରଖିବ ଏବଂ ତାଙ୍କ ଉଦ୍ୟମଗୁଡ଼ିକ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ କରିଥିବା ୨ଟି ପରମାଣୁ ପରୀକ୍ଷା ପାଇଁ ଚିଦାମ୍ବରମ୍‌ ସ୍ମରଣୀୟ ହୋଇ ରହିବେ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ମେଧାବୀ ବୈଜ୍ଞାନିକଙ୍କ ପ୍ରତି ରାଷ୍ଟ୍ର ଋଣୀ। ତାଙ୍କ ମହାନ୍‌ ଅବଦାନ ସବୁଦିନ ପାଇଁ ଆମ ହୃଦୟରେ ରହିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri