ଶ୍ରମିକନେତା ଦ୍ୱାରିକା ମୋହନଙ୍କ ପରଲୋକ

ତାଳଚେର, ୨୬।୧୨(ନି.ପ୍ର.):ବରିଷ୍ଠ ଶ୍ରମିକ ନେତା, ଢେଙ୍କାନାଳ ଦତ୍ତାତ୍ରେୟ ସାଇ ଆଶ୍ରମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦ୍ୱାରିକା ମୋହନ ମିଶ୍ରଙ୍କ ରବିବାର ରାତି ୯ଟା ୪୫ଟାରେ ତାଳଚେର ରେମୁଅଁାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ପରଲୋକରେ ରାଜ୍ୟର ଶ୍ରମିକ ସଙ୍ଗଠନ ମହଲରେ ଶୋକର ଛାୟା ଖେଳିଯାଇଛି।
ଛାତ୍ର ଜୀବନରୁ ଶ୍ରମିକ ଆନ୍ଦୋଳନ ସହିତ ଜଡ଼ିତ ଥିବା ଦ୍ୱାରିକା ମୋହନ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି କୋଇଲା, ଗମନାଗମନ, ଶକ୍ତି, ନିର୍ମାଣ, ସାର କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ସଙ୍ଗଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ବିଭିନ୍ନ ସମୟରେ ରାଜ୍ୟ ଶ୍ରମ ବୋର୍ଡ ପରାମର୍ଶଦାତା କମିଟି ସଦସ୍ୟ, ବିଦ୍ୟୁତ୍‌ ବୋର୍ଡ ପରାମର୍ଶଦାତା କମିଟି ସଭ୍ୟ ଭାବେ ମନୋନୀତ ହୋଇଥିବାବେଳେ ରାଜ୍ୟ ହସ୍ତତନ୍ତ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ, ଅନୁସୂଚିତ ଜାତି କଲ୍ୟାଣ କର୍ପୋରେଶନ ଅଧ୍ୟକ୍ଷ ଏବଂ ଓଡ଼ିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ଏଥିସହିତ ସେ ପ୍ରଦେଶ କଂଗ୍ରେସ ଶ୍ରମ ସେଲ୍‌ ଆବାହକ, ପ୍ରଦେଶ କଂଗ୍ରେସ କମିଟି ବୁଦ୍ଧିଜୀବୀ ସେଲ୍‌ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ସାଇ ଅନୁଗାମୀ ଭାବେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ ଥିଲେ। ତାଙ୍କ ରଚିତ ‘ଶ୍ରୀ ଦତ୍ତସାଇ ମହିମା’, ‘ଶ୍ରଦ୍ଧାସବୁରି ଓ ସହନଶୀଳତା’ ପୁସ୍ତକ ଇଂଲିଶ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ସେ ‘ଶ୍ରମିକ ଗୌରବ’, ‘ସାହିତ୍ୟ ଗୌରବ’, ‘ଉତ୍କଳ ବନ୍ଧୁ’, ‘ଉତ୍କଳ କେଶରୀ ସ୍ମାରକ’, ‘ପ୍ରତିଭା ପୂଜା’ ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ଶାନ୍ତିବର୍ଦ୍ଧନ ମିଶ୍ର, ବଡ଼ବୋହୂ ଜାନକୀ ମିଶ୍ର, ସାନପୁଅ ଜୟବର୍ଦ୍ଧନ ମିଶ୍ର, ସାନବୋହୂ ମୋନାଲିସା ମିଶ୍ରଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ତାଙ୍କ ସହଧର୍ମିଣୀ ଆଲ୍ଲାଦିନୀ ମିଶ୍ରଙ୍କର ୨୦୧୮ ଡିସେମ୍ବର ୨୪ରେ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri