ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଦିନ ହେଲା ଅସୁସ୍ଥ ଥିଲେ।
ରାଜସ୍ଥାନର ବନ୍ସଓ୍ବାରା ଜିଲାରେ ଜନ୍ମିତ ମୀନାଙ୍କ ପ୍ରତିନିଧିତ୍ୱରେ ଭାରତ ୧୯୮୭ ଏସିଆନ ଆର୍ଚରୀ ଚମ୍ପିୟନଶିପ୍େରେ ରୌପ୍ୟ ପଦକ ଜିତିଥିଲେ। ଏଥିଯୋଗୁ ସେ ୧୯୮୮ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଥିଲେ। ତାଙ୍କୁ ୧୯୮୯ରେ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା।