ହୃଦ୍‌ଘାତରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ୭୮ ବର୍ଷୀୟ ଅଭିନେତା ଚଲପଥି ରାଓଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କ ମୃତ ଘଟିଥିବା ଜଣାପଡିଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଲପଥି ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ।
ରାଓ ୬୦୦ରୁ ଅଧିକ ଫିଲ୍ମରେ ବିଭିନ୍ନ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତା ଥିଲେ। ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବ୍ୟତୀତ ଏହି ଅଭିନେତା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଥିଲେ। ସେ ସୁପରଷ୍ଟାର ସଲମାନ ଖାନଙ୍କ ସହ ଫିଲ୍ମ ‘କିକ’ରେ କାମ କରିଥିଲେ। ରାଓ ‘ୟାମାଗୋଲା’, ‘ଯୁଗପୁରୁସୁଡୁ’, ‘ଜଷ୍ଟିସ ଚୌଧୁରୀ’, ‘ବୋବିଲି ପୁଲି’, ‘ନିନେ ପେଲାଡାଟା’ ଏବଂ ’ଆଲାରୀ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ।

Share