ଡ୍ରଗ୍ସ ମାଫିଆ ସୋମନାଥଙ୍କ ମୃତ୍ୟୁ

ଖୋର୍ଦ୍ଧାଅଫିସ,୧୦।୬ : ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳଙ୍କର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ପରିବାର ପରେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ସଂପୃକ୍ତି ନେଇ ସୋମନାଥଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ପୋଲିସ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ କରି ତନାଘନା ଚଳାଇଛି। ଏକାଧିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକଅପ୍‌ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ତେବେ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଏସପି ସିଦ୍ଧାର୍ଥ କାଟ୍ଟାରିଆ କୁହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ ଲାଗି ପୋଲିସ ଚାରିପଟେ ଜାଲ ବିତାଇଥିବା ଜଣାପଡିଛି। ସେପଟେ ଅଭିଯୋଗ ପରେ ପୂର୍ବରୁ ଜେଲ ଯାଇ ଜାମିନରେ ଥିବା ସହରର ଅନ୍ୟତମ ଡ୍ରଗ୍ସ ମାଫିଆ ଫେରାର ହୋଇଯାଇଛି।

ପ୍ରକାଶ ଗତ ୨୦୧୪-୧୫ରେ ନିଶା କାରବାରରୁ ରାତାରାତି ବ୍ରାଉନସୁଗାର ମାଫିଆ ପାଲଟି ଯାଇଥିଲେ। ୨୦୧୯ରେ କମିଶନରେଟ ପୋଲିସ, ୨୦୨୦ରେ ପୁରୀ ବାସେଳୀ ସାହି ପୋଲିସ ସୋମନାଥ ଓ ବାପା କୃଷ୍ଣଚନ୍ଦ୍ରଙ୍କ ମୁଖ୍ୟ ବ୍ରାଉନସୁଗାର କାରବାରରେ ଗିରଫ ପରେ ଜେଲରେ ଥିଲେ। ୨୦୨୧ନଭେମ୍ବରରେ ବେଆଇନ ଭାବେ ନିଶା କାରବାରରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଗଚ୍ଛିତ ନେଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜବତ କରିଥିଲା। ତାଙ୍କ ନାଁରେ ବିଭିନ୍ନ ଥାନାରେ ୧୮ରୁ ଉଦ୍ଧର୍‌ବ ମାମଲା ରହିଛି। ନିକଟରେ ସେ ଜେଲରୁ ଜାମିନରୁ ଆସିବା ପରେ ମାଛ ବେପାର କରୁଥିଲେ। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri