ନିର୍ବାଚନ ଦାୟିତ୍ୱରେ ଥିବା କନଷ୍ଟେବଲଙ୍କ ମୃତ୍ୟୁ

ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ଉପନିର୍ବାଚନ ଦାୟିତ୍ୱରେ ଥିବା ଜଣେ ପୋଲିସ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଟିକାୟତ ନାଏକ(୫୦) । ସେ ବୈଶିଙ୍ଗା ଥାନାରେ କାର୍ଯ୍ୟ କରନ୍ତି । ପଞ୍ଚାୟତ ଉପନିର୍ବାଚନ ପାଇଁ ରବିବାର ବଡସାହି ବ୍ଲକ ଅଞ୍ଚଳରେ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ । ତେବେ ରାତିରେ ଅସୁସ୍ଥ ହୋଇ ରକ୍ତବାନ୍ତି କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବୈଶିଙ୍ଗା ଓ ବଡସାହି ଥାନାରେ ଶୋକ ପ୍ରକାଶ ପାଇଛି ।