କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡ଼ା,୫ା୪:(ଡି.ଏନ.ଏ): ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ଼ ବ୍ଲକ ପିସିସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ(୭୭)ଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବାରୁ ପୁନେ ଠାରେ ସାନପୁଅ ନିକଟରେ ରହି ଚିକିତ୍ସା ହେଉଥିବା ବେଳେ ସେଠାରେ ମୃତ୍ୟୁ ବରଣ କରିଥିଲେ। ମଙ୍ଗଳବାର ନିଜ ଗ୍ରାମ କୋଟଗଡ଼କୁ ମୃତଦେହ ଆଣି ରୀତିନୀତି ଅନୁଯାଇ ମୃତଦେହ ସଂସ୍କାର କାର୍ଯ୍ୟ ସମାପନ କରାଯାଇଥିଲା।