ଟ୍ରାଇଆଥ୍ଲୋନ ସୁଇମିଂରେ ପ୍ରତିଯୋଗୀଙ୍କ ମୃତ୍ୟୁ

କୋଣାର୍କ୨୬।୨(ଡି.ଏନ୍‌.ଏ.):  କୋଣାର୍କ-ପୁରୀ ବେଳାମାର୍ଗ ନିକଟ ରାମଚଣ୍ଡୀ ପୀଠରେ ରାଜସ୍ଥାନର ହରକ୍ୟୁଲିନ୍‌ ପକ୍ଷରୁ ଟ୍ରାଇଆଥ୍ଲୋନର ଶନିବାର ସୁଇମିଂ ପ୍ରତିଯୋଗିତା ଚାଲିଥିବାବେଳେ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜସ୍ଥାନ ଯୋଧପୁର ଅଞ୍ଚଳର ନୀତିନ ସୋନି(୪୨)। ସେ ଆର୍ମିର ଜଣେ ମେଜର ଥିବାବେଳେ ମୁମ୍ବାଇରେ ରହୁଥିବା ଜଣାପଡ଼ିଛି। ଏ ନେଇ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ମାମଲା(ନଂ.୧/୨୩) ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଗତ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାମଚଣ୍ଡୀଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଏକ ଇଭେଣ୍ଟ ଚାଲିଥିଲା। ଏଥିରେ ସାଇକେଲ ରେସ୍‌, ଦୌଡ଼ ଓ ସୁଇମିଂକୁ ନେଇ ୩ଟି ଇଭେଣ୍ଟରେ ପ୍ରତିଯୋଗୀମାନେ ଇଭେଣ୍ଟର ମୂଲ୍ୟ ଦେଇ ଭାଗ ନେଉଥିଲେ। ତେବେ ଶନିବାର ଶେଷ ଦିନରେ ଇଭେଣ୍ଟ ଚାଲିଥିଲା ବେଳେ ସୁଇମିଂରେ ନୀତିନ ଭାଗ ନେଇଥିଲେ। ରାମଚଣ୍ଡୀ ନଦୀରେ ପହଁରୁଥିବା ବେଳେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ କୋଣାର୍କ ହସ୍ପିଟାଲ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଜଣାଇଛି।