ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର,୪ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ତିରିଂ ଥାନା ଅଧୀନ ଜଟା ଗ୍ରାମର ଗୋବିନ୍ଦ ବିନ୍ଧାଣୀ(୫୧)। ଏକ ଠକେଇ ମାମଲା(ନଂ.୨/୨୩)ରେ ତିରିଂ ଥାନା ପୋଲିସ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଗତ ଜାନୁୟାରୀ ୩ ତାରିଖଠାରୁ ସେ ରାଇରଙ୍ଗପୁର ସବ୍‌ ଜେଲରେ ବିଚାରାଧୀନ ବନ୍ଦୀଭାବେ ରହି ଆସୁଥିଲେ। ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ହଠାତ୍‌ ସେ ଅସ୍‌ୁସ୍ଥ ହୋଇପଡ଼ିଥିଲେ। ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅପରାହ୍ନ ସାଢ଼େ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥି୍‌ଲା। ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୮/୨୩) ରୁଜୁ ହୋଇଥିବା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି।