ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’ ୨୩ରେ ଏ ନେଇ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ଚିକିତ୍ସଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ, ଗୋଷାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମର ଆଶାକର୍ମୀ ସମ୍ପୂର୍ଣ୍ଣା ପ୍ରଧାନ (୪୫) ଓ ଅଙ୍ଗନବାଡି ଦିଦି ସଂଯୁକ୍ତା ବିଶ୍ୱାଳ ସୁମିତା ସଇଁସାଙ୍କ ଶିଶୁପୁତ୍ର ସଚିତଙ୍କୁ ଏପ୍ରଲ ୭ ତାରିଖରେ ଆଇରନ ଓ ଫଲିକ ଏସିଡ ଆଇପି ବୋତଲରୁ ସିରପ ଖୁଆଇଥିଲେ । ଏହାପରେ ଶିଶୁପୁତ୍ରକୁ ନିଜ ଘରକୁ ନେଇଯାଇଥିଲେ ସୁମିତା । ଘରେ ପହଞ୍ଚିବା ପରେ ଶିଶୁପୁତ୍ରଟିର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା। ସୁମିତା ଆଶା ଦିଦିଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଟିକୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ପରେ ଆନ୍ଧ୍ରର ପୁରୁଣାପାଟଣା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ହେଲେ ସ୍ବାସ୍ଥ୍ୟ ଅବସ୍ଥା ଅବନତି ହେବାରୁ ଶ୍ରୀକାକୁଲମ ସ୍ଥିତ କିମ୍ସରେ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଶିଶୁକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇମାସ ପରେ ଚିକିତ୍ସା ଅବସ୍ଥାରେ ସୋମବାର ଶିଶୁଟିର ମୃତ୍ୟୁ ହୋଇଥିଲା। ଏହା ପ୍ରଚାରିତ ହେବା ପରେ ଶିଶୁର ମୃତଦେହ ରଖି ଗ୍ରାମବାସୀ ରବିବାର ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ତହସିଲଦାର ନାରାୟଣ ବେହେରା ପହଞ୍ଚି ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କା ପ୍ରଦାନ କରିବା ସହ ଶିଶୁର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ଖର୍ଚ୍ଚ ପ୍ରଶାସନ ତରଫରୁ ଦିଆଯିବା ସହ ଶିଶୁର ମା’ଙ୍କୁ ଚାକିରି ପ୍ରଦାନ କରାଯିବ ଏବଂ ଏହାର ସଠିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri