ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ଦୀପଙ୍କ ୬ବର୍ଷର ନାବାଳକ ପୁଅ ଆଶିଷ ।

ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ମିଶି ଆଶିଷ ଖେଳିବାକୁ ଯାଇଥିଲେ। ସେତିକିବେଳେ ମୋଟେର ଫାଣ୍ଡି ନିକଟରେ ଥିବା ଏକ ଧାନକଟା ମେଶିନ ମୋଟରରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଶିଷ ଗୁରୁତର ହୋଇପଡିଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ବୁଧବାର ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ଅଜୟ ନାଏକ ସୂଚନା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଫାଣ୍ଡିରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଫାଣ୍ଡି ଅଧିକାରୀ କହିଛନ୍ତି।