ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ବାଲିଆପାଳ ଥାନା ଅଧିନସ୍ଥ ବଡ଼ସିମୁଳିଆ ଅଞ୍ଚଳର ଦିଲୀପ କୁମାର୍‌ ବୀର ସ୍ତ୍ରୀ ରବିନା ନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଫକୀରରୋହନ ମେଡିକାଲକୁ ପ୍ରସବ ନିମନ୍ତେ ନେଇଥିଲେ। କିନ୍ତୁ ଗୁରୁବାର ରାତିରେ ଡାକ୍ତର ଏବଂ ନର୍ସଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏ ନେଇ ପରିବାର ଲୋକେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ବାର୍ଡ ସମ୍ମୁଖରେ ମୃତ ଶିଶୁକୁ ରଖି ଧାରଣାର ବସିଛନ୍ତି। ମୃତ୍ୟୁର ୧୭ ଘଣ୍ଟା ବିତିଯାଇଥିବା ବେଳେ ଡାକ୍ତର କିମ୍ବା ହସ୍ପିଟାଲ କର୍ତ୍ତ୍ୟପକ୍ଷଙ୍କ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ।