ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଖୋଲିଲା ବଡ଼ ଗୁମର

ନଏଡ଼ା,୧୮ା୧୦: ଗ୍ରେଟର ନଏଡ଼ା ଅଞ୍ଚଳରେ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣାରେ ପୋଲିସ ୩ ଜଣ ସମ୍ପର୍କୀୟଙ୍କୁ ରବିବାର ଗିରଫ କରିଛି। ସମ୍ପର୍କୀୟ ୩ ଜଣ ହେଲେ ମଢତ ଦମ୍ପତିଙ୍କ ୨ ଭଉଣୀ ସୁନୀତା(୪୫), ସପ୍ନା (୩୨) ଓ ଭିଣୋଇ ଚନ୍ଦ୍ରଶେଖର। ଆତ୍ମହତ୍ୟା ପାଇଁ ସେମାନେ ଉକ୍ତ ଦମ୍ପତିଙ୍କୁ ପ୍ରବର୍ତ୍ତାଇଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟ ଜଣେ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଥିବା ରବୁପୁରା ଏସ୍‌ଏଚ୍‌ଓ ସୁଜିତ ଉପାଧ୍ୟାୟ କହିଛନ୍ତି। ଆତ୍ମହତ୍ୟା ପୂର୍ବରୁ ମହେଶ ତାଙ୍କ ଫୋନ୍‌ରେ ଏକ ଭଏସ୍‌ ନୋଟ୍‌ ରେକର୍ଡ କରିଥିଲେ, ଯେଉଁଥିରେ ସେମାନଙ୍କ ପରିବାରର ଆତ୍ମହତ୍ୟା ପାଇଁ ତାଙ୍କ ୨ ଭଉଣୀ ଓ ଜଣେ ଭିଣୋଇଙ୍କୁ ଦାୟୀ କରାଯାଇଥିଲା।

Share