କେନ୍ଦୁପତ୍ର ଗୋଛା କାଟିବା ବେଳେ ମାଡ଼ି ଆସିିଲା ମୃତ୍ୟୁ

ନାକଟିଦେଉଳ, ୬ା୩: ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ବାଦୀ (୫୮)। ସୂଚନା ଅନୁସାରେ ବିରଞ୍ଚତ୍ ଶୁକ୍ରବାର ଘରଠାରୁ ପ୍ରାୟ ୧ କି.ମି. ଦୂର ଜମିକୁ କେନ୍ଦୁପତ୍ର ଗୋଛା କାଟିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ସମୟରେ ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଣେ ବିରଞ୍ଚତ୍ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶନିବାର ଗ୍ରାମଠାରୁ ଅନତି ଦୂରରେ ବିରଞ୍ଚତ୍ଙ୍କ ମୃତଦେହ ପଡ଼ିଥିବା ଦେଖି ସମ୍ପର୍କୀୟ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଇସ୍ମାଇଲ ଏକ୍କା ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୨/୨୧) ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ଓ ବାଟଗାଁ ଫରେଷ୍ଟର ଅନିଲ କୁମାର କିଷାନ ତଦନ୍ତ କରି ମୃତକଙ୍କ ସ୍ତ୍ରୀ ଗୁରୁବାରୀ ବାଦୀଙ୍କୁ ସହାୟତା ବାବଦରେ ବନ ବିଭାଗ ପକ୍ଷରୁ ୪୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।