କେନ୍ଦୁପତ୍ର ଗୋଛା କାଟିବା ବେଳେ ମାଡ଼ି ଆସିିଲା ମୃତ୍ୟୁ

ନାକଟିଦେଉଳ, ୬ା୩: ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ବାଦୀ (୫୮)। ସୂଚନା ଅନୁସାରେ ବିରଞ୍ଚତ୍ ଶୁକ୍ରବାର ଘରଠାରୁ ପ୍ରାୟ ୧ କି.ମି. ଦୂର ଜମିକୁ କେନ୍ଦୁପତ୍ର ଗୋଛା କାଟିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ସମୟରେ ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଣେ ବିରଞ୍ଚତ୍ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶନିବାର ଗ୍ରାମଠାରୁ ଅନତି ଦୂରରେ ବିରଞ୍ଚତ୍ଙ୍କ ମୃତଦେହ ପଡ଼ିଥିବା ଦେଖି ସମ୍ପର୍କୀୟ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଇସ୍ମାଇଲ ଏକ୍କା ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୨/୨୧) ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ଓ ବାଟଗାଁ ଫରେଷ୍ଟର ଅନିଲ କୁମାର କିଷାନ ତଦନ୍ତ କରି ମୃତକଙ୍କ ସ୍ତ୍ରୀ ଗୁରୁବାରୀ ବାଦୀଙ୍କୁ ସହାୟତା ବାବଦରେ ବନ ବିଭାଗ ପକ୍ଷରୁ ୪୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri