ମହାକାଶରେ ମୃତ୍ୟୁ ଘଟିଲେ…

ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩ ମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍‌ ଶଟଲ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି। ସେହିପରି ୧୯୭୧ର ସୋୟୁଜ୍‌ ୧୧ ମିଶନରେ ୩ ଏବଂ ୧୯୬୭ରେ ଆପୋଲୋ ୧ ଲଞ୍ଚ ପ୍ୟାଡ୍‌ରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୫ରେ ନାସା ପକ୍ଷରୁ ଚନ୍ଦ୍ରକୁ ଜଣେ ମଣିଷଙ୍କୁ ପଠାଇବା ଯୋଜନା ଚାଲିଛି। ସେହିପରି ମଙ୍ଗଳ ଗ୍ରହକୁ ମଧ୍ୟ ମହାକାଶଚାରୀଙ୍କୁ ପ୍ରେରଣ ଯୋଜନା ରହିଛି। ବ୍ୟବସାୟିକ ସ୍ପେସ୍‌ଫ୍ଲାଇଟ୍‌ର ଲୋକପ୍ରିୟତା ମଧ୍ୟ ବଢ଼ୁଛି। ଟ୍ରାନ୍ସଲେଶନାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ସ୍ପେସ୍‌ ମେଡିକାଲ ଡାକ୍ତର କହିଛନ୍ତି, ମୁଁ ଓ ମୋର ଟିମ୍‌ ସ୍ପେସ୍‌ ଏକ୍ସପ୍ଲୋରରମାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେଇଥାଉ। ତେବେ ମହାକାଶ ଯାତ୍ରାରେ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କ’ଣ କରାଯିବ। ଲୋ-ଅର୍ବିଟ୍‌ ମିଶନରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ ଅଭିଯାନ ବେଳେ ଘଟିଲେ କ୍ରିଉ ତାଙ୍କ ମୃତଦେହକୁ ଏକ କ୍ୟାପ୍‌ସୁଲରେ ପୃଥିବୀକୁ କିଛି ଘଣ୍ଟା ଭିତରେ ପଠାଇପାରିବେ। ଚନ୍ଦ୍ରରେ ମୃତ୍ୟୁ ହେଲେ କ୍ରିଉ ତାଙ୍କ ମରଶରୀରକୁ କିଛି ଦିନ ମଧ୍ୟରେ ପୃଥିବୀକୁ ପଠାଇପାରିବେ। ଏସମ୍ପର୍କିତ ପ୍ରୋଟୋକଲର ବିସ୍ତୃତ ବିବରଣୀ ନାସା ପକ୍ଷରୁ ପ୍ରଦାନ କରାଯାଇଛି।

ମହାକାଶରେ ମୃତକଙ୍କ ଶରୀରକୁ ଫେରାଇଆଣିବାକୁ ନାସା ସେତେ ଗୁରୁତ୍ୱ ଦେଇ ଥାଏ, ବରଂ ଅନ୍ୟ ମହାକାଶ ଯାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏହି ଏଜେନ୍ସିର ସର୍ବାଧିକ ପ୍ରାଥମିକତା। ୩୦୦ ନିୟୁତ ମାଇଲ ଯାତ୍ରା କରି ମଙ୍ଗଳରେ ପହଞ୍ଚତ୍ବାବେଳେ ଭିନ୍ନ ଉପାୟ ଆପଣାଯିବ। ଏଭଳି ସ୍ଥିତିରେ କ୍ରିଉ ତତ୍କାଳ ମୃତଦେହ ଧରି ଫେରିଆସିବା ପାଇଁ ସକ୍ଷମ ହେବେ ନାହିଁ। ବର୍ଷେ ହେଉ କି ଦୁଇବର୍ଷ ମିଶନ ଶେଷ ହେବା ପରେ ହିଁ ସେ ମୃତକଙ୍କ ମରଶରୀର ଧରି ପୃଥିବୀକୁ ଫେରିବେ। ସେତେଦିନ ଯାଏ ମୃତକଙ୍କ ଶବକୁ ଏକ ଭିନ୍ନ ଚାମ୍ବରରେ ସୁରକ୍ଷିତ ରଖାଯିବ। ମହାକାଶ ଯାନରେ ତାପମାତ୍ରା ଓ ଆର୍ଦ୍ରତା ଏଥିରେ ସହାୟକ ହେବ ବୋଲି ନାସା ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri