ଅବକାରୀ ହେପାଜତରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଚୌଦ୍ୱାର,୨୨।୧୨(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ଗ୍ରାମର ଶରତ ପ୍ରଧାନ ମଙ୍ଗଳବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା କୁମାରପୁର-ବଳିପୁର ରାସ୍ତାରେ ଠିଆହୋଇଥିଲେ। ଏହି ସମୟରେ ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍‌ ତାଙ୍କ ଆଡ଼କୁ ଆସିବାରୁ ସେ ଭୟରେ ଦୌଡ଼ି ପଳାଇ ଯାଇଥିଲେ। ତେବେ ଅବକାରୀ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୮୦ଲିଟର ମହୁଲି ମଦ ଜବତ କରିବା ସହିତ ତାଙ୍କୁ ଚୌଦ୍ୱାରସ୍ଥିତ ଅବକାରୀ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ବୁଧବାର ତାଙ୍କୁ କୋର୍ଟଚାଲାଣ କରାଯାଇଥାନ୍ତା। ତେବେ ବିଳମ୍ବିତ ରାତିରେ ତାଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ରାତି ପ୍ରାୟ ୧୦ଟା ସମୟରେ ଶରତଙ୍କ ଭାଇ ଭରତ ଓ ଜନୈକ ଓକିଲ ତାଙ୍କୁ କାର୍ଯ୍ୟାଳୟରେ ଭେଟିବା ସହିତ କିଛି ଔଷଧ ଓ କିଛି ଖାଦ୍ୟ ଦେଇ ଘରକୁ ଚାଲି ଯାଇଥିଲେ। ରାତି ୧୧ଟାରେ ଶରତଙ୍କ ଓକିଲ ଫୋନ୍‌ ଯୋଗେ ଭରତଙ୍କୁ ତୁମ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅବକାରୀ କର୍ମଚାରୀ କଟକ ବଡ଼ ଡାକ୍ତରଖାନା ନେଇଥିବା କହିଥିଲେ। ଡାକ୍ତରଖାନାରେ ପହଞ୍ଚତ୍ବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭରତ ଡାକ୍ତରଖାନାରେ ପହଞ୍ଚତ୍ ଶରତଙ୍କ ଗୋଡ଼ର ଆଙ୍ଗୁଠିରେ ଗଭୀର କ୍ଷତ ଥିବା ଦେଖିଥିଲେ। ତାଙ୍କ ଭାଇଙ୍କୁ ଅବକାରୀ ବିଭାଗ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ସନ୍ଦେହ କରି ଚୌଦ୍ୱାର ଥାନାରେ ଭରତ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଚୌଦ୍ୱାର ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗଲ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଡିସେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି। ତଥାପି ଏହି ଘଟଣା ଶୁଣିବା ପରେ କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ମୃତ ଶରତଙ୍କ ଉଚ୍ଚ ରକ୍ତଚାପ ଥିବା ହେତୁ ତାଙ୍କର ଏଭଳି ପରିସ୍ଥିତି ହୋଇଥିବା କହିଛନ୍ତି। ତାଙ୍କୁ କୌଣସି କର୍ମଚାରୀ ବାଡ଼ାବାଡ଼ି କରି ନ ଥିବା କହିବା ସହିତ ହୃଦ୍‌ଘାତ କିମ୍ବା ରକ୍ତଚାପ ହେତୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ। ଏନେଇ ମଙ୍ଗଳବାଗ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୭୫୮/୨୦୨୨) ରୁଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅବକାରୀ ଅଧିକାରୀ ଦିଗଲ କହିଛନ୍ତି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ମହିଁସାଲଣ୍ଡାର ଶତାଧିକ ଗ୍ରାମବାସୀ ସନ୍ଧ୍ୟାରେ ୫୫ ନମ୍ବର ଜାତୀୟ ରାଜପଥର ଓଟିଏମ୍‌ ଛକ ପରିବା ବଜାର ନିକଟରେ ରାସ୍ତା ଅବରୋଧ କରିବାବେଳେ କଟକ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ବାଇଁ ଓ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚତ୍ ନାରାୟଣ ପତି ୨ ପ୍ଲାଟୁନ୍‌ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରି ରାସ୍ତାରୋକୋରୁ ବିରତ କରାଇଥିଲେ। ଶରତଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ମାମଲା ନ ଥିବା ଅବକାରୀ ପୋଲିସ ସୂଚନା ଦେଇଛି। ମୃତ ଶରତଙ୍କ ଗୋଟିଏ ଛୋଟ ବିକଳାଙ୍ଗ ପୁଅ ଓ ଗୋଟିଏ ଝିଅ ଥିବାବେଳେ ସେମାନଙ୍କ ଭରଣପୋଷଣ ଦାୟିତ୍ୱ ନେବା, କ୍ଷତିପୂରଣ ବାବଦ ୫ଲକ୍ଷ ଟଙ୍କା ପ୍ରଦାନ ଓ ଶରତଙ୍କ ପନତ୍ୀଙ୍କୁ ଚାକିରି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସିପି ସ୍ବାଇଁଙ୍କ କହିବା ହେଲା ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଅନୁସାରେ ଇନ୍‌କ୍ୱାରୀ ଚାଲିଛି। ମୃତକଙ୍କ ଭାଇ କରିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri