୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା ପାଇଁ ୧୦ ହଜାର ଟଙ୍କା ସର୍ତ୍ତ ଲଗାଇଥିଲେ। କାଦୁଅ ଗଦା ଏତେ ଉଚ୍ଚ ଥିଲା ଯେ କୌଣସି ଟ୍ରାକ୍ଟର ଡ୍ରାଇଭର୍‌ ତା ଉପରକୁ ଚଢିବାର ସାହସ କରୁ ନ ଥିଲେ। ଭବନ ଅଞ୍ଚଳର ଟିଟାରାସୀ ଗାଁର ଗୌରବ ଶର୍ମା ଏବଂ ଚନ୍ଦ୍ରପାଲ ସଇନିଙ୍କ ମଧ୍ୟରେ ମାଟି ଗଦା ଉପରେ ଟ୍ରାକ୍ଟର ଚଢାଇବାକୁ ନେଇ ୧୦ ହଜାର ଟଙ୍କା ସର୍ତ୍ତ ଲାଗିଥିଲା। ସର୍ତ୍ତ ଜିତିବା ପାଇଁ ପ୍ରଥମେ ଚନ୍ଦ୍ରପାଲ ଟ୍ରାକ୍ଟରକୁ ମାଟି ଗଦା ଉପରେ ଲଗାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରି ନ ଥିଲେ। ଏହାପରେ ଗୌରବ ଟ୍ରାକ୍ଟର ଧରି ମାଟି ଗଦା ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ। ଗୌରବକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଅଟ୍ଟହାସ୍ୟ କରିଥିଲେ। କିନ୍ତୁ ଗୌରବ ହାର୍‌ ନ ମାନି ବାଜି ଜିତିବାକୁ ଲାଗିପଡିଥିଲେ। ଏତେ ଉଚ୍ଚତାକୁ ଟ୍ରାକ୍ଟର ନେଉଥିବାବେଳେ ଗୌରବଙ୍କ ଟ୍ରାକ୍ଟର ଓଲଟି ପଡିଥିଲା। ପରେ ସେ ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ।

Share