୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା ପାଇଁ ୧୦ ହଜାର ଟଙ୍କା ସର୍ତ୍ତ ଲଗାଇଥିଲେ। କାଦୁଅ ଗଦା ଏତେ ଉଚ୍ଚ ଥିଲା ଯେ କୌଣସି ଟ୍ରାକ୍ଟର ଡ୍ରାଇଭର୍‌ ତା ଉପରକୁ ଚଢିବାର ସାହସ କରୁ ନ ଥିଲେ। ଭବନ ଅଞ୍ଚଳର ଟିଟାରାସୀ ଗାଁର ଗୌରବ ଶର୍ମା ଏବଂ ଚନ୍ଦ୍ରପାଲ ସଇନିଙ୍କ ମଧ୍ୟରେ ମାଟି ଗଦା ଉପରେ ଟ୍ରାକ୍ଟର ଚଢାଇବାକୁ ନେଇ ୧୦ ହଜାର ଟଙ୍କା ସର୍ତ୍ତ ଲାଗିଥିଲା। ସର୍ତ୍ତ ଜିତିବା ପାଇଁ ପ୍ରଥମେ ଚନ୍ଦ୍ରପାଲ ଟ୍ରାକ୍ଟରକୁ ମାଟି ଗଦା ଉପରେ ଲଗାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରି ନ ଥିଲେ। ଏହାପରେ ଗୌରବ ଟ୍ରାକ୍ଟର ଧରି ମାଟି ଗଦା ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ। ଗୌରବକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଅଟ୍ଟହାସ୍ୟ କରିଥିଲେ। କିନ୍ତୁ ଗୌରବ ହାର୍‌ ନ ମାନି ବାଜି ଜିତିବାକୁ ଲାଗିପଡିଥିଲେ। ଏତେ ଉଚ୍ଚତାକୁ ଟ୍ରାକ୍ଟର ନେଉଥିବାବେଳେ ଗୌରବଙ୍କ ଟ୍ରାକ୍ଟର ଓଲଟି ପଡିଥିଲା। ପରେ ସେ ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଦିନ ବରକୁ ହେଲା ଡେଙ୍ଗୁ, ବିନା ବ୍ୟାଣ୍ଡ ବାଜାରେ ହସ୍ପିଟାଲରେ ହେଲା ବିବାହ

ସମସ୍ତେ ବଡ ଆଡମ୍ବନା ସହିତ ବିବାହ କରିବାର ସ୍ବପ୍ନ ଦେଖନ୍ତି। କିନ୍ତୁ ବେଳେବେଳେ ଏଭଳି କିଛି ଘଟେ ଯେଉଁଥିପାଇଁ ସମସ୍ତ ଆଶା ମଧ୍ୟ ମରିଯାଏ। ଆଜିକାଲି...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିଶ୍ୱର ସବୁଠୁ ବଡ଼ ଗାଲଥିବା ମହିଳା କଲେ ଏମିତି କାରନାମା: ଲୋକେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲି ଲୋକମାନେ ସୋସିଆଲ ମିଡିଆ ପସିଦ୍ଧି ଅର୍ଜନ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପଛାଉ ନାହାନ୍ତି। ନିଜର ପରିଚୟ ସୃଷ୍ଟି କରିବାକୁ ଲୋକେ ଏମିତି କିଛି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

ଜଙ୍ଗଲରେ ଦୁଇ ଦନ୍ତାଙ୍କ ଜୋରଦାର ଲଢ଼େଇ; ଭିଡିଓ ଦେଖିଲେ ଟାଙ୍କୁରି ଉଠୁଛି ଲୋମ 

ସୋସିଆଲ ମିଡିଆରେ ଦୈନିକ ଶହ ଶହ ଜୀବଜନ୍ତୁଙ୍କ ଭିଡିଓ ଶେୟାର କରାଯାଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରିଥାଏ। ଏହି କ୍ରମରେ...

ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ,୩୦।୧୧: ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ ଜୀବନ୍ତ ବ୍ୟକ୍ତିଙ୍କ ଲମ୍ବା କେଶ ଥିବା ମହିଳା ଭାବେ ଗିନିଜ ୱାଲର୍‌ଡ ରେକର୍ଡ ଟାଇଟଲ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri