ଶିକାରୀ ଗୁଳିରେ ନିହତ ଡେପୁଟି ରେଞ୍ଜର ମାଥି, ବନରକ୍ଷୀ ବିମଳଙ୍କୁ ମରଣୋତ୍ତର ସମ୍ମାନ

ବାରିପଦା,୨୩ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିବା ଡେପୁଟି ରେଞ୍ଜର ମାଥି ହାଁସଦା ଓ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ‘ବିଶ୍ୱ ବ୍ୟାଘ୍ର ଦିବସ’ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ। ଏହାସହ ଅସାଧାରଣ ସାହସିକତା ଓ ବୀରତ୍ୱ ପାଇଁ କର୍ମଚାରୀ ହିମାଂଶୁ ଶେଖର ସେଠୀଙ୍କୁ ପୁରସ୍କୃତ କରାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଚଳିତମାସ ୨୯ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭରେ ‘ବିଶ୍ୱ ବ୍ୟାଘ୍ର ଦିବସ’ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଡେପୁଟି ରେଞ୍ଜର ସ୍ବର୍ଗତ ମାଥି ହଁାସଦା ଜଣେ ସାହସୀ ଓ ନିର୍ଭୀକ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏପରିକି ତାଙ୍କ ଅଞ୍ଚଳରେ ଶିକାରୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଫଳରେ ଶିମିଳିପାଳ ଟାଇଗର ରିଜର୍ଭର ତାଙ୍କ କ୍ଷେତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ତେବେ ଜୁନ ୧୬ତାରିଖ ରାତିରେ ମାଥି ହାଁସଦା ଓ ସହକର୍ମୀ ହିମାଂଶୁ ସେଠୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଗୁଳି ଶବ୍ଦ ଶୁଣି ୬ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ହିମାଂଶୁ ସେମାନଙ୍କଠାରୁ ବନ୍ଧୁକ ଛଡାଉଥିବା ବେଳେ ଅଚାନକ ଜଣେ ଶିକାରୀ ହଁାସଦାଙ୍କୁ ଗୁଳି କରିଥିଲେ। ଛାତିରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ହିମାଂଶୁ ତାଙ୍କ ଜୀବନ ବଞ୍ଚାଇବାକୁ ତତ୍‌କ୍ଷଣାତ ତାଙ୍କୁ ସେହି ରାତିରେ ଦୀର୍ଘ ପଥ ଅତିକ୍ରମ କରି କରଞ୍ଜିଆ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବୀରତ୍ୱର ଉଦ୍ୟମ ହେତୁ ଜଣେ ଶିକାରୀ ଚିହ୍ନଟ ହୋଇ ଧରାପଡିବା ସହିତ ଅନ୍ୟ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ତଲାସି ଅଭିଯାନ ଆରମ୍ଭ କରିଥିବା ପୋଲିସକୁ ସୂଚନା ଦିଆଯାଇଥିଲା। ସେହିପରି ବନରକ୍ଷୀ ବିମଳ କୁମାର ଜେନା ମେ’ ୨୨ତାରିଖ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳରେ ଦୁଇଜଣ ସୁରକ୍ଷା ସହାୟକଙ୍କ ସହ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେ ୮ରୁ ୧୦ଜଣ ଶିକାରୀ ହରିଣ ଶିକାର କରି ବୋହି ନେଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ। ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସେମାନଙ୍କ ସଂଖ୍ୟା ଅଧିକ ଥିବା ଜାଣି ଅଧିକ ଫୋର୍ସ ମଗାଇବା ପାଇଁ ବନରକ୍ଷୀ ବିମଳ ବାର୍ତ୍ତା ପଠାଇଥିଲେ। ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଧରାପଡିଯିବା ଜାଣି ପୁନଶ୍ଚ ଫେରି ଆସି ବନପାଳଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶିକାର କରିଥିବା ମୃତ ବନ୍ୟପ୍ରାଣୀଙ୍କ ସହ ସେହି ସ୍ଥାନରୁ ପଳାଇଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଏମାନଙ୍କର ଅବଦାନ ଅତୁଳନୀୟ। ଦେଶ, ରାଜ୍ୟ ତଥା ମୟୂରଭଞ୍ଜ ମାଟିକୁ ଗର୍ବିତ କରିଥିବା ସେମାନଙ୍କ ବୀରତ୍ୱ ଓ ସାହସିକତା ଅନ୍ୟ ବନ କର୍ମଚାରୀମାନଙ୍କ ପାଇଁ ନୂତନ ପ୍ରେରଣାର ଉତ୍ସ ସୃଷ୍ଟି କରିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri