ବାରିପଦା,୨୩ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିବା ଡେପୁଟି ରେଞ୍ଜର ମାଥି ହାଁସଦା ଓ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ‘ବିଶ୍ୱ ବ୍ୟାଘ୍ର ଦିବସ’ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ। ଏହାସହ ଅସାଧାରଣ ସାହସିକତା ଓ ବୀରତ୍ୱ ପାଇଁ କର୍ମଚାରୀ ହିମାଂଶୁ ଶେଖର ସେଠୀଙ୍କୁ ପୁରସ୍କୃତ କରାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଚଳିତମାସ ୨୯ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭରେ ‘ବିଶ୍ୱ ବ୍ୟାଘ୍ର ଦିବସ’ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଡେପୁଟି ରେଞ୍ଜର ସ୍ବର୍ଗତ ମାଥି ହଁାସଦା ଜଣେ ସାହସୀ ଓ ନିର୍ଭୀକ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏପରିକି ତାଙ୍କ ଅଞ୍ଚଳରେ ଶିକାରୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଫଳରେ ଶିମିଳିପାଳ ଟାଇଗର ରିଜର୍ଭର ତାଙ୍କ କ୍ଷେତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା। ତେବେ ଜୁନ ୧୬ତାରିଖ ରାତିରେ ମାଥି ହାଁସଦା ଓ ସହକର୍ମୀ ହିମାଂଶୁ ସେଠୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଗୁଳି ଶବ୍ଦ ଶୁଣି ୬ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ହିମାଂଶୁ ସେମାନଙ୍କଠାରୁ ବନ୍ଧୁକ ଛଡାଉଥିବା ବେଳେ ଅଚାନକ ଜଣେ ଶିକାରୀ ହଁାସଦାଙ୍କୁ ଗୁଳି କରିଥିଲେ। ଛାତିରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ। ହିମାଂଶୁ ତାଙ୍କ ଜୀବନ ବଞ୍ଚାଇବାକୁ ତତ୍କ୍ଷଣାତ ତାଙ୍କୁ ସେହି ରାତିରେ ଦୀର୍ଘ ପଥ ଅତିକ୍ରମ କରି କରଞ୍ଜିଆ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବୀରତ୍ୱର ଉଦ୍ୟମ ହେତୁ ଜଣେ ଶିକାରୀ ଚିହ୍ନଟ ହୋଇ ଧରାପଡିବା ସହିତ ଅନ୍ୟ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ତଲାସି ଅଭିଯାନ ଆରମ୍ଭ କରିଥିବା ପୋଲିସକୁ ସୂଚନା ଦିଆଯାଇଥିଲା। ସେହିପରି ବନରକ୍ଷୀ ବିମଳ କୁମାର ଜେନା ମେ’ ୨୨ତାରିଖ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳରେ ଦୁଇଜଣ ସୁରକ୍ଷା ସହାୟକଙ୍କ ସହ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେ ୮ରୁ ୧୦ଜଣ ଶିକାରୀ ହରିଣ ଶିକାର କରି ବୋହି ନେଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ। ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସେମାନଙ୍କ ସଂଖ୍ୟା ଅଧିକ ଥିବା ଜାଣି ଅଧିକ ଫୋର୍ସ ମଗାଇବା ପାଇଁ ବନରକ୍ଷୀ ବିମଳ ବାର୍ତ୍ତା ପଠାଇଥିଲେ। ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଧରାପଡିଯିବା ଜାଣି ପୁନଶ୍ଚ ଫେରି ଆସି ବନପାଳଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶିକାର କରିଥିବା ମୃତ ବନ୍ୟପ୍ରାଣୀଙ୍କ ସହ ସେହି ସ୍ଥାନରୁ ପଳାଇଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଏମାନଙ୍କର ଅବଦାନ ଅତୁଳନୀୟ। ଦେଶ, ରାଜ୍ୟ ତଥା ମୟୂରଭଞ୍ଜ ମାଟିକୁ ଗର୍ବିତ କରିଥିବା ସେମାନଙ୍କ ବୀରତ୍ୱ ଓ ସାହସିକତା ଅନ୍ୟ ବନ କର୍ମଚାରୀମାନଙ୍କ ପାଇଁ ନୂତନ ପ୍ରେରଣାର ଉତ୍ସ ସୃଷ୍ଟି କରିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଶିକାରୀ ଗୁଳିରେ ନିହତ ଡେପୁଟି ରେଞ୍ଜର ମାଥି, ବନରକ୍ଷୀ ବିମଳଙ୍କୁ ମରଣୋତ୍ତର ସମ୍ମାନ
Posted inHome, Home Left, ଆମ ଜିଲା ଖବର, ମୟୂରଭଞ୍ଜ View All
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
Archives


