କରୋନା ଦ୍ୱିତୀୟ ଲହରରେ ୨.୪ ଲକ୍ଷ ଲୋକଙ୍କର ହୋଇଥିଲା ମୃତ୍ୟୁ, ତୃତୀୟ ଲହର ହୋଇପାରେ ଏହାଠାରୁ ଭୟଙ୍କର: ୟୁଏନ୍‌

ନୂଆଦିଲ୍ଲୀ,୧୪ ।୧: କରୋନା ସଂକ୍ରମଣକୁ ନେଇ ଚେତାବନି ଦେଇଛି ଜାତିସଂଘ । ଏକ ରିପୋର୍ଟରେ ୟୁଏନ୍ ଦାବି କରିଛି ଯେ କରୋନାର ଦ୍ୱିତୀୟ ଲହର ଅର୍ଥାତ୍ ଡେଲ୍ଟା ଭାରିଏଣ୍ଟରେ ଏପ୍ରିଲରୁ ଜୁନ୍ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା । ଏହା ଦେଶର ଅର୍ଥନୀତିକୁ ଖୁବ୍ ପ୍ରଭାବିତ କରିଥିଲା । ଏବେ ଆସିଥିବା ତୃତୀୟ ଲହର ଏହାଠାରୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି । ଆଉ ଏଭଳି ପରିସ୍ଥିତି ଖୁବଶୀଘ୍ର ଆସିଯିବ ।
ୟୁଏନର ୱାର୍ଲଡ ଇକୋନମିକ ସିଚୁଏଶନ ଆଣ୍ଡ ପ୍ରସପେକ୍ଟସ (ଡବ୍ଲୁଇଏସ୍‌ପି)୨୦୨୨ର ରିପୋର୍ଟ ଅନୁଯାୟୀ, ଓମିକ୍ରନ୍ ଭାରିଏଣ୍ଟ ଯୋଗୁ ସଂକ୍ରମଣର ନୂଆ ଲହର ଆସୁଛି । ଆଉ ଏହା ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବା ନିଶ୍ଚିତ ।

Share