ଘାତକ ସାଜିଲା ସେନା

ୟାଙ୍ଗୁନ/ନେପିତାଉ,୨୨ା୨: ମ୍ୟାନ୍‌ମାରରେ କ୍ଷମତା ପରିବର୍ତ୍ତନ ପରେ ସାମରିକ ସରକାରଙ୍କ ଦମନମୂଳକ ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଛଘୁଞ୍ଚା ଦେଇନାହାନ୍ତି କି ଧୈର୍ଯ୍ୟ ହରାଇନାହାନ୍ତି। ଦେଶର ଦ୍ୱିତୀୟ ବଡ଼ ସହର ମାଣ୍ଡଲେରେ ସୁରକ୍ଷା ବଳ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ରବିବାର ଅନେକ ସହରରେ ବିକ୍ଷୋଭକାରୀ ଏକାଠି ହୋଇଛନ୍ତି। ଏହି ସମୟରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିବା ସହ ସଂଯମ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାଙ୍ଗ୍‌ ସ୍ୟୁ ଚୀ’ଙ୍କ ସରକାରକୁ ସେନା ହଟାଇଦେଇ ଶାସନ କ୍ଷମତା ନିଜ ହାତକୁ ନେଇଥିଲା। ସେବେଠାରୁ ମ୍ୟାନ୍‌ମାରରେ ରାଜନୈତିକ ସଙ୍କଟ ଲାଗିରହିଛି। ହଜାର ହଜାର ଲୋକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ରବର ବୁଲେଟ୍‌, ଓ୍ବାଟର କ୍ୟାନନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଆସୁଥିବା ସେନା ଏବେ ଗୁଳି ଚଳାଇବା ଆରମ୍ଭ କରିଛି। ଏହି ଆନ୍ଦୋଳନରେ ଝାସ ଦେଇ ପ୍ରାଣ ହରାଇଥିବା ପ୍ରଥମ ଯୁବତୀ ହେଲେ ମ୍ୟା ଥ୍ବେଟ୍‌ ଥ୍ବେଟ୍‌ ଖିନେ। ୨୦ତମ ଜନ୍ମଦିନ ପାଳନ କରିବାର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଫେବୃୟାରୀ ୯ରେ ରାଜଧାନୀ ନେପିତାଉରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସେନାର ଗୁଳି ତାଙ୍କ ଦେହରେ ବାଜିଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଖିନେଙ୍କ ମୃତଦେହକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ହସ୍ପିଟାଲ ବାହାରେ ପ୍ରାୟ ୧,୦୦୦ ଲୋକ ଗାଡ଼ି ଓ ବାଇକ୍‌ରେ ଆସି ଏକତ୍ରିତ ହୋଇଥିଲେ। ୟାଙ୍ଗୁନରୁ ଆସିଥିବା ତାଙ୍କ ଆଈ ଓ ଅଜାଙ୍କୁ ମଧ୍ୟ ହସ୍ପିଟାଲକୁ ଛଡ଼ାଯାଇ ନ ଥିଲା। ତାଙ୍କ ମୃତଦେହ ହସ୍ତାନ୍ତର କରାଯିବା ସମୟରେ ହସ୍ପିଟାଲରୁ ଶ୍ମଶାନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାନବାହନଗୁଡ଼ିକର ଲମ୍ବା ଲାଇନ ଲାଗିଥିଲା। ୟାଙ୍ଗୁନରେ ମଧ୍ୟ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକଡ଼ରେ ଛିଡ଼ାହୋଇ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

ସେନାର ପେଜ୍‌ ହଟାଇଲା ଫେସ୍‌ବୁକ୍‌

ମ୍ୟାନ୍‌ମାର ସେନା ପକ୍ଷରୁ ଖୋଲାଯାଇଥିବା ପେଜ୍‌କୁ ଫେସ୍‌ବୁକ୍‌ ଡିଲିଟ୍‌ କରିଦେଇଛି। ଆମର ବିଶ୍ୱସ୍ତରୀୟ ନୀତି ଅନୁସାରେ ‘ତଟମାଡାଉ ଟ୍ରୁ ନ୍ୟୁଜ୍‌ ଇନ୍‌ଫର୍ମେଶନ ଟିମ୍‌ ପେଜ୍‌’କୁ ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇଦେଇଛୁ ବୋଲି ରବିବାର ଫେସ୍‌ବୁକ୍‌ ଏକ ବିବୃତି ଜାରି କରି କହିଛି। ସେନା ହିଂସା ଉସୁକାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri